Breaking News

ବୃଦ୍ଧ ନିଖୋଜ ଥାନାରେ ଅଭିଯୋଗ


 ଡେଲାଙ୍ଗ----ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଧିନ ବେରବୋଇ ପଞ୍ଚାୟତ ଅର୍ନ୍ତଗତ ଡଁପୁର ଗ୍ରାମର ଘନଶ୍ୟାମ ସେଠୀ(୮୩) ବୁଧବାର ସକାଳୁ ପ୍ରାତଃ ଭ୍ରମଣ କରିବାକୁ ଯାଇ ଘରକୁ ଫେରିନଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ସୁଚନା ମୁତାବକ ଘନଶ୍ୟାମ ପ୍ରତ୍ୟକ ଦିନ ପ୍ରାତଃ ଭ୍ରମଣ କରି ଘରକୁ ଫେରନ୍ତି । କିନ୍ତୁ ଆଜି ସେ ଘରକୁ ଫେରିନଥିବାରୁ ପରିବାର ପକ୍ଷରୁ ସକାଳ ଭ୍ରମଣ ର ବିଭିନ୍ନ ସ୍ଥାନ ଓ ବନ୍ଧୁ ବାନ୍ଧବ ଘର  ଖୋଜାଖୋଜି କରିଥିଲେ ।  ନପାଇବାରୁ ଡେଲାଙ୍ଗ ଥାନାରେ ବଡପୁଅ ଚନ୍ଦ୍ରଶେଖର ସେଠୀ ଲିଖିତ ଅଭିଯୋଗ କରିଛନ୍ତି ।  ଡେଲାଙ୍ଗ ବଜାର ଓ ଥାନା ନିକଟସ୍ଥ ରାସ୍ତାରେ ବୁଲୁଥିବା କେତେକ ଲୋକଙ୍କ ଠାରୁ ପରିବାର ଲୋକମାନେ ଶୁଣିବାକୁ ପାଇଛନ୍ତି  । ବହୁତ ଖୋଜାଖୋଜି କରିଥିଲେ ମଧ୍ୟ  ବାପାଙ୍କୁ ପାଇନଥିଲେ । ଘରୁ ଗଲାବେଳେ ଲୁଙ୍ଗି ଓ ଗଞ୍ଜି ଟିଏ ପିନ୍ଧିଥିବା ସହିତ କାନ୍ଧରେ ଧଳା ରଙ୍ଗର ସାଲଟିଏ ପକାଇଛନ୍ତି । ଗତ କିଛିଦିନ ତଳେ ଘନଶ୍ୟାମ ସ୍ତ୍ରୀକୁ ହରାଇ ମାନସିକ ସ୍ତରରେ ଦୁଃଖରେ ଭାଙ୍ଗି ପଡିଛନ୍ତି । କୈାଣସି ବ୍ୟକ୍ତି ବୃଦ୍ଧ ଘନଶ୍ୟାମଙ୍କ ସମ୍ପର୍କରେ ଖବର ପାଆନ୍ତି ତେବେ ନିକଟସ୍ଥ ଥାନା କିମ୍ବା ପରିବାର ଲୋକଙ୍କୁ ଖବର ଦେବା ପାଇଁ ଫୋନ ନମ୍ବର ୮୯୧୭୪୯୬୪୮୮,୭୯୭୮୨୫୯୪୯୦ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୧/୭/୨୦୨୧---୯,୨୫    Sakhigopal News, 21/7/2021

Blog Archive

Popular Posts