Breaking News

ଗଞ୍ଜେଇ ଚାଳଣ ସମୟରେ ପୋଲିସ ଜବତ କଲା ଅଟୋ ଓ ବାଇକି

 
କନ୍ଧମାଳ----  ବାଲିଗୁଡା ପୋଲିସ ପେଟ୍ରୋଲିଙ୍ଗ ସମୟରେ ଏକ ଅଟୋ ରେ ଗଞ୍ଜେଇ ଲୋଡ ହୋଇ ବରଖମା ରାସ୍ତା ଦେଇ ଯାଉଥିବା ସମୟରେ ପୋଲିସ ଜବତ କରିଛି ।  ପେଟ୍ରୋଲିଙ୍ଗ ଅଫିସର ଏସ ଆଇ ସାନ୍ତୁନୁ ପ୍ରଧାନ ଉକ୍ତ ଗାଡି ଭିତର ତନଖି କରିବା ସମୟରେ ଗାଡି ମଧ୍ୟରେ ଗଞ୍ଜେଇ ଥିବା ଦେଖିଥିଲେ । ଏହି ଅଟୋ ଗାଡି ର ନମ୍ବର  OD -05- AT 7152 ବୋଲି ଜଣାପଡିଛି । ଗାଡିକୁ ଜବତ କରିବା ସହ  ଗାଡି ରେ ଥିବା ଚାରି  ଜଣଙ୍କୁ ବାଲିଗୁଡା ଥାନା କୁ ଆଣିଥିଲେ । ଜବତ ଗଞ୍ଜେଇ ପ୍ରାୟ ୪୫ କେଜି ୩ଶହ ଗ୍ରାମ ବୋଲି ପୋଲିସ କହିଛି । ଅଭିଯୁକ୍ତ ମାନଙ୍କ ଠାରୁ ଏକ ବାଇକ ବି ଜବତ ହୋଇଛି ।  ବାଇକି ନମ୍ବର OD - 05-AH 2866  । ପୋଲିସ ଚାରି ଜଣଙ୍କୁ ଗିରଫ କରିଥିବା ଅଭିଯୁକ୍ତ ମାନେ ହେଲେ ବେଣୁଧର ସେଠି ( ୪୫ ), ବିଦ୍ୟା ଭୂଷଣ ଦାଶ ( ୨୦ ),ଗଦାଧର ପଣ୍ଡା ( ୫୦ ), କାଳିନ୍ଦୀ ସ୍ୱାଇ (୨୭) । ଥାନା କେସ ନମ୍ବର 122/21 ଏକ ମାମଲା ରୁଜୁ କରି ଏହାର ତଦନ୍ତ ଚାଲିଥିବା କହିଛନ୍ତି ବାଲିଗୁଡା ଡିଏସପି ସ୍ୱରାଜ ଦେବତା । କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ , ୨୪/୭/୨୦୨୧----୮,୦୦ Sakhigopal News,24/7/2021

Blog Archive

Popular Posts