ବିବାହ ର ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ; ଅଭିଯୋଗ ପରେ , ବନ୍ଧା ହେଲା ପ୍ରେମିକ
ଭଞ୍ଜନଗର-ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିଥିଲେ ପ୍ରେମିକ । ପ୍ରେମିକା କୁ ଧୋକା ଦେବା ଅଭିଯୋଗରେ ଜେଲ ଗଲା ପ୍ରେମିକ । ଏମିତି ଏକ ଘଟଣା ନଜରକୁ ଆସିଛି ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ତିଳିସିଙ୍ଗି ଗ୍ରାମରେ । ବେଲଗୁଣ୍ଠା ଥାନା ଅନ୍ତର୍ଗତ ରତଙ୍ଗ ଗ୍ରାମର ପ୍ରେମିକ ମୁନା ସେଠୀ ତାରାସିଙ୍ଗି ଥାନା ଅନ୍ତର୍ଗତ ଏକ ଗାଁ ର ଜନୈକା ଯୁବତୀ ଙ୍କୁ ପ୍ରେମରେ ଫସାଇ ଥିଲା । ସେହି ଦିନ ଠାରୁ ଉଭୟଙ୍କ ମଧ୍ୟରେ ଫୋନ୍ ରେ କଥା ବାର୍ତ୍ତା ଓ ପରେ ପ୍ରେମ ସଂପର୍କ ଗଡିଉଠିଥିଲା । ବିବାହ ର ପ୍ରଲୋଭନ ଦେଖାଇ ଯୁବତୀ ସହ ଶାରୀରିକ ସଂପର୍କ ରଖିଆସିଥିଲା ପ୍ରେମିକ ସୁନା ସେଠୀ । ଶେଷରେ ପ୍ରେମିକ ମୁନା ପ୍ରେମିକାକୁ ବିବାହ କରିବାକୁ ମନସ୍ଥ କରିଥିବା ବେଳେ ମୁନାର ପରିବାର ବିବାହ କରିବାକୁ ବିରୋଧ କରିଥିଲେ । ପ୍ରେମିକା ଜଣକ ମୁନା ନାମରେ ତାରସିଂ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପ୍ରେମିକ ମୁନାକୁ ଗିରଫ କରିଛି । ଉଭୟ ପ୍ରେମୀଯୁଗଳଙ୍କୁ ଡାକ୍ତରୀ ମାଇନା କରିବା ପରେ ପ୍ରେମିକା କୁ ବିଚାରପତିଙ୍କ ନିକଟରେ ୧୬୪ ବୟାନ କରାଯାଇଥିଲା । ପ୍ରେମୀକ ମୁନା କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଭଞ୍ଜନଗର ଜେଲକୁ ପଠାଇ ଦିଆଯାଇଛି। ଏହି ଘଟଣାକୁ ନେଇ ତାରସିଂ ଥାନା କେସ ନଂ ୧୭୫/୨୧ରେ ମାମଲା ରୁଜୁ ହୋଇଥିବା ତାରସିଂ ଥାନା ଅଧିକାରୀ ପ୍ରଦିପ୍ର କୁମାର ଦାଶ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୯/୭/୨୦୨୧------୪,୫୦
Sakhigopal News ,19/7/2021