Breaking News

୨୭ଦିନପରେ ନାବାଳିକା ଉଦ୍ଧାର;ବଳତ୍କାର ଅଭିଯୋଗରେ ଯୁବକ ଗିରଫ

 ଡେଲାଙ୍ଗ-------- ଡେଲାଙ୍ଗ ଥାନା ଅଞ୍ଚଳରୁ ଗତ ୧ତାରିଖରେ ଅପରହରଣ ହୋଇଥିବା ନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଥିଲା । ଜୈନିକ ୧୨ ବର୍ଷର ନାବାଳିକାକୁ ୨୭ଦିନ ପରେ ଡେଲାଙ୍ଗ ପୁଲିସ ଉଦ୍ଧାର କରିବାରେ ସଫଳ ହୋଇଛି । ଏହି ମାମଲାରେ ପୁରୀ ସଦର ଥାନା ସାହାଣିକେରା ହରିଜନ ସାହିରୁ ଅଭିଯୁକ୍ତ ହାପି ଗୋଛାୟତ(୨୩)କୁ ଡେଲାଙ୍ଗ ପୁଲିସ ଗିରଫ କରି ପୁରୀ ପୋକ୍ସୋ କୋର୍ଟକୁ ପଠାଇ ଥିବା ଜଣାପଡିଛି । ସେଠାରେ ଜାମିନି ଆବେଦନ ଖାରଜ ହେବାରୁ ଅଭିଯୁକ୍ତକୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ନିଆ ଯାଇଛି । ପୁଲିସ ସୁଚନାନୁଯାଇ ହରିରାଜପୁର ଫାଣ୍ଡି ଅଞ୍ଚଳର ଜୈନିକ ୧୨ ବର୍ଷର ନାବାଳିକାକୁ କେହି ଅପରହରଣ କରି ନେଇଯାଇଥିବା ତାର ବାପା ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ଏକ କେସ୍ ରୁଜୁ କରି ପୁଲିସ ତଦନ୍ତ କରୁଥିଲା ।  ଡେଲାଙ୍ଗ ଏସ୍‌ଆଇ ଲାଇକା ମହାରଣା ଏହି କେସ ନେଇଥିଲେ । ବିଭିନ୍ନ ସୁତ୍ରରୁ ଖବର ସଂଗ୍ରହ କରି ପୁରୀରୁ ୨୭ ତାରିଖ ଦିନ ନାବାଳିକାକୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ହାପି ଗୋଛାୟତକୁ ଧରିବାରେ ସଫଳ ହୋଇଥିଲା । ଉଭୟ ନାବାଳିକା ଓ ଅଭିଯୁକ୍ତକୁ ଡାକ୍ତରୀମାଇନା କରାଯାଇଥିଲା । ନାବାଳିକା ସହ ବଳପୁର୍ବକ ଯୈାନ ସମ୍ପର୍କ ରଖିଥିବାର ପୁଲିସକୁ ପ୍ରମାଣ ମିଳିବାପରେ ପୁଲିସ ଅଭିଯୁକ୍ତ ବିରୁଧରେ ବଳତ୍କାର ଦଫା ଲଗାଇଛି ।  ହାପି ଗୋଛାୟତକୁ ଡେଲାଙ୍ଗ ଥାନା କେସ୍ ନମ୍ବର ୧୫୬/୨୧ରେ ପୋକ୍ସୋ କୋର୍ଟକୁ ପଠାଯାଇଥିବା ବେଳେ ସେଠାରେ ଜାମିନି ନାମାଞ୍ଜୁର ହେବାପରେ ବିଚାର ବିଭାଗୀୟ ଜେଲକୁ ପଠାଯାଇଛି ।  ନାବାଳିକାକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକ ଙ୍କ ଠାରୁ ସୁଚନା ମିଳିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩୦/୭/୨୦୨୧----୮,୧୫

Blog Archive

Popular Posts