ମେଗା ପ୍ରକଳ୍ପ ପାଇଁ ୩୮୭ କୋଟି ଅର୍ଥ ମଞ୍ଜୁର: ଘରକୁ ଘର ପାନୀୟ ଜଳ ଯୋଗାଣ
ରଣପୁର ----- ରଣପୁର ବ୍ଲକର ୩୭ ଟି ପଞ୍ଚାୟତକୁ ଘରକୁ ଘର ପାନୀୟ ଜଳ ଯୋଗାଣ ନିମନ୍ତେ ୩୮୭ କୋଟି ଟଙ୍କା ଅର୍ଥ ମଞ୍ଜୁର ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି । ଭାପୁର ବ୍ଲକ ପଦ୍ମାବତୀ ଗ୍ରାମ ନିକଟରେ ପ୍ରବାହିତ ମହାନଦୀରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫରୁ ଏଭଳି ପଦକ୍ଷେପ ନିଆଯାଇଛି । ସ୍ଥାନୀୟ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ ରାଜୀବ ପାଣିଗ୍ରାହୀ , ଯନ୍ତ୍ରୀ ପ୍ରକାଶମହାନ୍ତି ଓ ରାଜସୁନାଖଳା ସରପଞ୍ଚ ପ୍ରତିନିଧି ଦାଶରଥୀ ସାହୁ ପ୍ରମୁଖ ଭାପୁର ମହାନଦୀ ଅବବାହିକା ସମେତ ରାଜସୁନାଖଳା ଅଞ୍ଚଳ ଗ୍ରସ୍ତକରି ଜଳ ଯୋଗାଣ କିଭଳି କରାଯିବ ପ୍ରାଥମିକ ନକ୍ସା ପ୍ରସ୍ତୁତି କରିଛନ୍ତି । ମହାନଦୀରୁ ପାଇପ ଯୋଗରେ ରାଜସୁନାଖଳା ରେଳ ଷ୍ଟେସନ ନିକଟରେ ଗଚ୍ଛିତ ରଖାଯାଇ ପାଣି ଫିଲଟର କରାଯିବ ଏବଂ ସେଠାରୁ ବ୍ଲକର ୩୮୭ଟି ପଞ୍ଚାୟତକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ ବୋଲି ଜଣାପଡ଼ିଛି । ୩୮୭ କୋଟି ମଧ୍ୟରୁ ବିଶୋଧନ ପ୍ଲାଣ୍ଟ ନିର୍ମାଣ ନିମନ୍ତେ ରାଜସୁନାଖଳାରେ ୧୦ କୋଟି ବ୍ୟୟ କରାଯିବା ବୋଲି ଜଣାପଡ଼ିଛି । ଏ ନେଇ ସ୍ଥାନୀୟ ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ସହ ଯୋଗାଯୋଗ ପରେ ସେ ଏହି ପ୍ରକଳ୍ପ ଖୁବ ଶୀଘ୍ର ନିର୍ମାଣ କରାଯିବ ଏବଂ ଏଥିନିମନ୍ତେ ସମସ୍ତ ସ୍ଥାନ ଓ ପ୍ରକଳ୍ପର ରୂପରେଖ ପ୍ରସ୍ତୁତି ସରିଥିବା ସୁଚନା ଦେଇଛନ୍ତି । ଏହାଦ୍ୱାରା ରଣପୁର ବ୍ଲକର ଦେଢଲକ୍ଷରୁ ଉଦ୍ଧ ଜନସାଧାରଣ ସମେତ ଖୋର୍ଦ୍ଧା ଜିଲାର ଜନସାଧାରଣ ଉପକୃତ ହୋଇପାରିବେ ।
ରାକେଶ ଚନ୍ଦ୍ର ପାଢ଼ୀ
ରଣପୁର ପ୍ରତିିନିଧି , ୨୯/୭/୨୦୨୧---୯,୩୦ Sakhigopal News,29/7/2021