ମହିଳା ଗୋଷ୍ଠୀଙ୍କୁ ବ୍ୟାଙ୍କ ମାଧ୍ୟମରେ ବିନା ସୁଧରେ ଋଣ ଦିଆଯିବ
ଭେଡେନ ----ବରଗଡ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଭେଡେନ ବ୍ଲକ ମିଶନ ଶକ୍ତି ସ୍ଵୟଂ ସହାୟକ ଗୋଷ୍ଠୀ ର ବୁଣାକାର କାରୀଗର ମାନେ କରୋନା ସମୟରେ କିପରି ଭାବରେ ପରିବାର ଚଳାଉଛନ୍ତି ତାକୁ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିଛନ୍ତି। ଭେଡେନ ବ୍ଲକ ର ରେମଣ୍ଡା ରେ ୭ଟି ଓ ମହଲାକଟା ୧୧ଟି ମିଶନ ଶକ୍ତି ର ସ୍ଵୟଂ ସହାୟକ ଗୋଷ୍ଠୀ ବୁଣାକାର ମାନେ ଶାଢୀ ତିଆରି କରି ପରିବାର ପ୍ରତିପୋଷଣ କରୁଥିଲେ ବୋଲି ସମାଜ ମଙ୍ଗଳ ଅଧିକାରୀ କହିଛନ୍ତି । ରାଜ୍ୟ ସରକାର ଙ୍କ ୩୬୫କୋଟି ଏକ ପ୍ୟାକେଜ ଘୋଷଣା କରିଛନ୍ତି । ତାହା ବ୍ୟବସାୟୀ ଆଧାରରେ ବ୍ଯାଙ୍କ ପକ୍ଷରୁ ବିନା ସୁଧରେ ଦିଆଯିବ। ଶାଢୀ ବିକ୍ରି ପାଇଁ ବାଲିଜୁରୀ ବେହେରା ମାର୍କେଟ ରେ ଷ୍ଟଲ୍ ନିଆଯାଇ ଶାଢୀ ବିକ୍ରି ସୁବିଧା କରାଯିବ । ରାଜ୍ୟ ସରକାର ମିଶନ ଶକ୍ତି ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସବୁବେଳେ ସୁବିଧା ସୁଯୋଗ ଯୋଗାଇ ଦେଇ ଆସିଛି । ଏହି ସମୟରେ ଜିଲ୍ଲା ସଂଯୋଗ ସ୍ନେହାଶିଷ ସାହୁ, ଭେଡେନ ସିଡିପିଓ ଆଲଫାନ ଟେଟେ ମିଶନ ଶକ୍ତି କୋଅଡିନେଟର ଅନୀତା ପୁରୋହିତ, ସୁପରଭାଜର ସୂରିଆ ରାଜହଂସ, ଅଂଗନବାଡି କର୍ମୀ ସମେତ ସମସ୍ତ ସ୍ଵୟଂ ସହାୟକ ଗୋଷ୍ଠୀ ର ସଭାନେତ୍ରୀ, ସମ୍ପାଦକ ଓ ସଦସ୍ୟା ଉପସ୍ଥିତ ରହିବା ସହ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
Sakhigopal News,24/7/2021