ଗ୍ରାମ୍ୟ ବିବାଦରୁ ୨୪ ବର୍ଷ ହେଲା ହୋଇ ପାରୁନି ରାସ୍ତା: ରାସ୍ତା ଏବେ ମରଣଯନ୍ତା ପାଲଟିଛି
ଓଡଗାଁ--------ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଳକ୍ ଅନ୍ତର୍ଗତ ଦେଓଗାଁ, ଭାଲିଆଡିହି, ପାଣ୍ଡେରିପଡା, ମଦନପୁର ର ସଂଯୋଗ ସ୍ଥଳ ରାସ୍ତା ଆଜକୁ ପ୍ରାୟ ୨୪ ବର୍ଷ ହେଲା ମରଣଯନ୍ତା ପାଲଟିଛି । ୪ଖଣ୍ଡ ଗାଁ ଲୋକ ମାଟି କାଦୁଅ ରେ ଆଜକୁ ୨୪ ବର୍ଷ ହେଲା ଯାତାୟାତ କରୁଛନ୍ତି।
ସୂଚନା ଥାଉ କି ୪ଟି ଗାଁ କୁ ସଂଯୋଗ କରୁଥିବା ଏହି ସଂଯୋଗସ୍ଥଳୀ ରାସ୍ତାକୁ ନେଇ ୧୯୯୬ ମସିହାରେ ଦେଓଗାଁ ଓ ଭାଲିଆଡିହି ମଧ୍ଯରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଏହାର ସମାଧାନ ପାଇଁ ତତ୍କାଳୀନ . ତହସିଲଦାର ଉଭୟ ଗାଁକୁ ନକ୍ସା ଅନୁସାରେ ରାସ୍ତା ପାଇଁ ଆଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ଏହି ରାସ୍ତା ମାନ୍ୟବର ହାଇକୋର୍ଟ ଙ୍କ ଦ୍ଵାରା ଆର୍. ଡି ରାସ୍ତାର ମାନ୍ୟତା ପାଇଥିଲା। ତହସିଲଦାର ଙ୍କ ଆଦେଶ ଅନୁସାରେ ସେତେବେଳେ ରାସ୍ତା କାର୍ୟ୍ଯ ଚାଲିଥିବା ସମୟରେ ଭାଲିଆଡିହି ଲୋକେ ଉକ୍ତ ରାସ୍ତା କାର୍ୟ୍ଯକୁ ବିରୋଧ କରି ଏକ ପୋଖରୀ ନିର୍ମାଣ କରିଦେଲେ। ଏହାର ସମାଧାନ ପାଇଁ ଦେଓଗାଁ ଲୋକେ ହାଇକୋର୍ଟ ଙ୍କ ଦ୍ୱାରସ୍ଥ ହେଲେ । ଏବଂ ହାଇକୋର୍ଟ କେଶ ନଂ ୧୧୧୫୮ରେ ଏହାର ବିଚାର କରି ରାସ୍ତା କାର୍ୟ୍ଯ ଶୀଘ୍ର ସାରିବା ପାଇଁ ଆଦେଶ ଦେଲେ। ହାଇକୋର୍ଟ ଙ୍କ ଆଦେଶ ସତ୍ତ୍ୱେ ଭାଲିଆଡିହି ଲୋକେ ଏହାକୁ ଖାତିର ନକରି ରାସ୍ତାର ନକ୍ସା ଉପରେ ବିଭିନ୍ନ ନିର୍ମାଣ କାର୍ୟ୍ଯ କରି ଚାଲିଲେ।
୨୦୧୮ ମସିହାରେ ଯେତେବେଳେ ଏହି ରାସ୍ତା ପି. ଡବ୍ଲ୍ୟୁ. ଡି ରାସ୍ତାର ମାନ୍ୟତା ପାଇ ରାସ୍ତା କାମ ଚାଲିଲା, ପୁଣି ପୂର୍ବଥର ଭଳି ଭାଲିଆଡିହି ଲୋକେ ଉକ୍ତ ରାସ୍ତା କାର୍ୟ୍ଯକୁ ବିରୋଧ କରି ରାସ୍ତା କାର୍ୟ୍ଯକୁ ବନ କରେଇଦଉନାହାଁନ୍ତି।
ଏହାର ସମାଧାନ ପାଇଁ ଦେଓଗାଁ ଲୋକେ ୧୯୯୬ ମସିହା ଠାରୁ ବର୍ତ୍ତମାନ ୨୦୨୧ ମସିହା ପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ, ଗ୍ରାମ୍ୟ ଉନ୍ନୟନ ଅଧିକାରୀ, ବିଧାୟକ ସମସ୍ତଙ୍କୁ ନିଜର ଗୁହାରି ଜଣାଇଥିଲେ ମଧ୍ଯ ଏହାର କୌଣସି ସ୍ଥାୟୀ ସମାଧାନ ହୋଇପାରିନାହିଁ ବୋଲି ଗ୍ରାମବାସୀ ମାନେ କହନ୍ତି । ପ୍ରତିବର୍ଷ ବର୍ଷାଦିନେ ୪ଟି ଗାଁକୁ ଯିବାଆସିବା ବାଧାପ୍ରାପ୍ତ ହେଉଛି। ୨୪ ବର୍ଷ ଧରି ଲାଗି ରହିଥିବା ଏହି ବିବାଦ ର ସମାଧାନ କେବେ? ସ୍ଥାନୀୟ ପ୍ରଶାସନ ଓ ରାଜନେତା ଙ୍କ ଆନ୍ତରିକତା ହିଁ ଏହି ସମସ୍ୟା ର ସମାଧାନ ବୋଲି ଆଶା କରାଯାଉଛି।
ଓଡଗାଁ:-ଦିଲ୍ଲୀପ୍ କୁମାର ବିଶୋଇ ରିପୋର୍ଟ
୨୮/୭/୨୦୨୧-----୯,୪୫
Sakhigopal News,28/7/2021