ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ
ନୟାଗଡ଼----- ନୟାଗଡ ଜିଲ୍ଲାର ଇଟାମାଟି ସ୍ଥିତ ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ପକ୍ଷରୁ ଖଣ୍ଡପଡ଼ା ଅଞ୍ଚଳର ତିନୋଟି ସ୍ଥାନରେ ୧ ହଜାର ଉର୍ଦ୍ଧ୍ବ ଚାରା ରୋପଣ କରାଯାଇଛି । ଏ ଅବସରରେ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ଚାରା ବଣ୍ଟନ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଫାଉଣ୍ଡେସନର ମୁଖ୍ୟ ଉଦ୍ୟକ୍ତା ମନୋଜ କୁମାର ସାହୁ,କଂଗ୍ରେସ ନେତ୍ରୀ ବିନୋଦିନ ମହାନ୍ତି, ଯୁବସଙ୍ଗଠକ ଦେବାସିସ ପରମଗୁରୁ,ଆଇନଜୀବୀ ମନୋଜ କୁମାର ନାୟକ, ଉମେସ ଚନ୍ଦ୍ର ପଟ୍ଟନାୟକଙ୍କ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରଥମେ ଖଣ୍ଡପଡ଼ା ସ୍ଥିତ କଂଗ୍ରେସ ଭବନ ପରିସରରେ ଚାରା ରୋପଣ କରାଯାଇଥିଲା । ପରେ ପରେ ପ୍ରଭୁ ଶ୍ରୀ ବନ୍ଧବିମଳେସ୍ୱର ପୀଠ ଓ କିଆଝର ପଞ୍ଚାୟତ ଅନ୍ତର୍ଗତ ଗିରିଡିପଲି ଠାରେ କର୍ମକର୍ତ୍ତା ମାନେ ବିଭିନ୍ନ କିସମର ଚାରା ରୋପଣ କରିଥିଲେ ।ଏକ ସୁସ୍ଥ ଓ ସବୁଜ ପାରିବେଶ ସୃଷ୍ଟି କରିବା ଲକ୍ଷ୍ୟ ନେଇ,ଫାଉଣ୍ଡେସନ ପକ୍ଷରୁ ଗତ ଦୁଇ ବର୍ଷ ଧରି ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଉଥିବା ଶ୍ରୀ ସାହୁଙ୍କ ଠାରୁ ପ୍ରକାଶ।
ନୟାଗଡ଼ ରୁ ନିରଞ୍ଜନ ଦାସ ଙ୍କ ରିପୋର୍ଟ,୨୮/୭/୨୦୨୧------୫,୩୦ Sakhigopal News,28/7/2021