Breaking News

ସାକ୍ଷୀଗୋପିନାଥ ସେବାୟତଙ୍କର ପରଲୋକ


 ସାକ୍ଷୀଗୋପାଳ ------ ସାକ୍ଷୀଗୋପିନାଥ ଦେବଙ୍କ ବୟଜ୍ୟେଷ୍ଠ ସେବାୟତ ବଂଶୀଧର ମହାପାତ୍ର ( ୯୦)ଙ୍କର ସୁଆରସାହି ସ୍ଥିତ ନିଜ ବାସଭବନରେ ଗୁରୁବାର ଅପରାହ୍ନରେ ପରଲୋକ ହୋଇଯାଇଛି ।  ମୃତ୍ୟୁ ଶର୍ଯ୍ୟା ନିକଟରେ ପୁତ୍ର, ପୁତ୍ରବଧୁ, ନାତି ନାତୁଣି, ଭାଇ, ପୁତୁରା ,ପୁତୁରାବୋହୁ ଓ ବନ୍ଦୁ ଆତ୍ମୀୟସ୍ୱଜନ ମାନେ ଉପସ୍ଥିତ ରହିଥିଲେ ।  ନାମ ସଂକୀର୍ତ୍ତନ କରାଯାଇ ଗ୍ରାମ ପରିକ୍ରମା କରିବା ପରେ ସାକ୍ଷୀଗୋପାଳ ମନ୍ଦିର ଦେଇ ଗ୍ରାମ ଶଶ୍ମାନକୁ ନିଆଯାଇଥିଲା । ପ୍ରଥା ଅନୁସାରେ ସାକ୍ଷୀଗୋପାଳ ମନ୍ଦିର ରୋଷ ଚୁଲିରୁ ଅଗ୍ନି ଆସିବା ପରେ ବକୁଳବନ ସ୍ଥିତ ଗ୍ରାମ ଶଶ୍ମାନରେ ଅନ୍ତିମ ସତ୍କାର କରାଯାଇଥିଲା । ବଡପୁଅ ପ୍ରମୋଦ ମହାପାତ୍ର ମୁଖାଗ୍ନି ଦେଇଥିଲେ । ଫଟୋନଂ୨୮୬୨ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୭/୨୦୨୧----୮,୩୫   Sakhigopal News, 29/7/2021

Blog Archive

Popular Posts