ବିଭିନ୍ନ ଦାବୀ ନେଇ ନୀଳାଚଳ କୃଷକ ମହାସଂଘ ଗଣଧାରଣା ଦେବା ପାଇଁ ନିସ୍ପତି
ସାକ୍ଷୀଗୋପାଳ----- ପୁରୀ ଜିଲ୍ଲାର ଏକ ଅଗ୍ରଣୀ ଚାଷୀ ସଂଗଠନ ନୀଳାଚଳ କୃଷକ ମହାସଂଘ । ସବୁ ବେଳେ ସବୁ ସମୟରେ ଚାଷୀ ଓ କୃଷକ ମାନଙ୍କର ଉନ୍ନତି ପାଇଁ ବିଭିନ୍ନ ସମୟରେ ଆନ୍ଦୋଳନ କରି ଆସିଛି । ଏହି ଅବସରରେ ସତ୍ୟବାଦୀ ନୀଳାଚଳ କୃଷକ ମହାସଂଘର ସଭାପତି ଫଗୁ ଚରଣ ପରିଡାଙ୍କ ସଭାପତିତ୍ୱରେ ସାକ୍ଷୀଗୋପାଳ ଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଚାଷୀ ଓ ମହାସଂଘର ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୀଳାଚଳ କୃଷକ ମହାସଂଘର ସଭାପତି ଗୋପୀନାଥ ମିଶ୍ର ଯୋଗଦେଇ ଚାଷୀ ମାନଙ୍କ ପାଇଁ କରାଯାଉଥିବା ବିଭିନ୍ନ ଉନ୍ନୟନ ଯୋଜନା କିପରି ବାଟବଣା ହେଉଛି ସେ ସମ୍ପର୍କରେ ମତ ରଖିଥଲେ । ଫନି କ୍ଷତିଗସ୍ତଙ୍କୁ ସହାୟତା ରାଶି ପ୍ରଦାନ ଓ ପୁରୀ ଜିଲ୍ଲାର କୃଷି ଓ କୃଷକଙ୍କର ବିକାଶ ଆଦି ଦାବୀରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୮ ତାରିଖ ଠାରୁ ଏକ ଗଣଧାରଣା ଦିଆଯିବ ବୋଲି ଅନୁଷ୍ଠିତ ବୈଠକରେ ନିସ୍ପତି ଗ୍ରହଣ କରାଯାଇଛି ବୋଲି ନୀଳାଚଳ କୃଷକ ମହାସଂଘର ସଭାପତି ଶ୍ରୀ ମିଶ୍ର ଜଣାଇଛନ୍ତି । ଏହି ବୈଠକରେ ନିରଞ୍ଜନ ମହାପାତ୍ର, ହୃଷିକେସ ମହାପାତ୍ର, ସୁଦର୍ଶନ ପ୍ରଧାନ, ପ୍ରତାପ କୁମାର ପାଇକରାୟ, ଅନନ୍ତ ମହାପାତ୍ର, ରାଜ କିଶୋର ସାହୁ, ନଗେନ ବରାଳ, ସର୍ବେଶ୍ୱର ଜେନା, ରାମଚନ୍ଦ୍ର ସ୍ୱାଇଁ, ବୁଲା ପରିଡା ଓ କୈଳାସ ଚନ୍ଦ୍ର ରାଉତ, ବୁଧିନାଥ ମଲ୍ଲିକ , ଲିଙ୍ଗରାଜ ବର ପ୍ରମୁଖ ଯୋଗ ଦେଇ ନିଜ ନିଜ ମତ ରଖିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୭/୨୦୨୧, ୯,୧୫
Sakhigopal News , 25/7/2021