ସାମ୍ୟମ୍ ଫାଉଣ୍ଡେସନ ଟ୍ରଷ୍ଟି ପକ୍ଷରୁ ଚାରା ରୋପଣ
ପୁରୀ-----ବୃକ୍ଷ ହିଁ ଜୀବନ ଏହି ଉକ୍ତି କୁ ପ୍ରାଥ୍ୟ କରି ପବିତ୍ର ନବମୀ ତିଥିରେ ପୁରୀ ଚୁଡ଼ଙ୍ଗ ସାହି ସ୍ତିତ ବୁଢ଼ୀମା ତୋଟା ପରିସରରେ ସାମ୍ୟମ୍ ଫାଉଣ୍ଡେସନ ଓ ଆଟ ର ମିଳିତ ଉଦ୍ୟମରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ବୁଢ଼ୀମା ତୋଟା ଅନୁଷ୍ଠାନ ର ସମ୍ପାଦକ ବିଜୟ ସ୍ବାଇଁ ଓ ସାହି ବାସୀ ବୃନ୍ଦ ଙ୍କ ମିଳିତ ସହଯୋଗ ରେ ଅନୁଷ୍ଠିତ ହେଇଥିଲା। ଏହି କାର୍ଯ୍ୟକ୍ରମ ରେ ସାମ୍ୟମ୍ ଫାଉଣ୍ଡେସନ ଟ୍ରଷ୍ଟି ଯଶସ୍ୱନୀ ଦାଶ ଓ ଅଧ୍ୟକ୍ଷ ଇସାନେସ୍ୱର ନାୟକ ଏବଂ ଆଟା ର ସମସ୍ତ ସଦସ୍ୟ ବିପିନ ମହାନ୍ତି, ସତ୍ୟନାରାୟଣ ସାହୁ, ଆଦିତ୍ୟ ନାରାୟଣ ବାରିକ୍,ଦେବେନ୍ଦ୍ର ସୁବୁଦ୍ଧି,ସୁଶାନ୍ତ ସାହୁ, ଦେବେରାଜ ଦାସ ଉପସ୍ତିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଧୀରେନ୍ଦ୍ର ସେନାପତି,୨୦/୭/୨୦୨୧---୧,୪୦। Sakhigopal News,20/7/2021