ତହସିଲଦାରଙ୍କ ଉପସ୍ଥିତିରେ ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ପ୍ରଦାନ କଲେ
ଭେଡେନ----- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେଶମ ପଞ୍ଚାୟତର ସିଂହେନପାଲି ଗ୍ରାମ ର ବଳିଷ୍ଠ ସୁନା ଗତକାଲି ବଜ୍ରପାତରେ ପ୍ରାଣ ହରାଇଥିଲେ । ଆଜି ସକାଳେ ଭେଡେନ ତହସିଲଦାର ଅନୀଲ କୁମାର ହୋତା ଓ ରେଶମ ଆର ଆଇ ଯାଇ ତଦନ୍ତ କରିଛନ୍ତି । ଏହି ସମୟରେ ରେଶମ ସରପଞ୍ଚ ସଂଖ୍ୟାକାରୀ ଖମାରୀ ହରିଶ୍ଚନ୍ଦ୍ର ଯୋଜନା ରେ ଦୁଇ ହଜାର ଟଙ୍କା ପ୍ରଦାନ କରିଥିଲେ । ଭେଡେନ ତହସିଲଦାର ଅନୀଲ କୁମାର ହୋତା ଓ ରେଶମ ସମିତି ସଭ୍ୟ ନରେନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଭେଡେନ ତହସିଲଦାର ଶ୍ରୀ ହୋତା କହିଥିଲେ ଯେ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଆମେ ସରକାରଙ୍କୁ ଲେଖି ଜଣାଇବୁ ସରକାରଙ୍କ ନିର୍ଦ୍ଦେଶ ଆସିଲେ ସହାୟତା ରାଶି ପ୍ରଦାନ କରାଯିବ । ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୨୧/୭/୨୦୨୧----୯,୪୦
Sakhigopal News,21/7/2021