Breaking News

ଡ୍ରେନରେ ଘରର ପାଣି ଛଡାକୁ ନେଇ ଦୁଇ ପରିବାର ମଧ୍ୟରେ ମୁହାଁମୁହିଁ ; ଦୁଇ ଆହତ

 ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ଅନ୍ତର୍ଗତ ମହାବୀର କଲୋନୀରେ  ଗିରିଶ ପ୍ରସାଦ ପଟ୍ଟନାୟକ ଓ ଅଶୋକ ମହାନ୍ତିଙ୍କ ଦୁଇ ପରିବାର ମଧ୍ୟରେ ଡ୍ରେନରେ ଘର ପାଣି ଛଡାକୁ ନେଇ ମୁହାଁମୁହିଁ । ଉଭୟ ପରିବାର ଥାନାରେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସତ୍ୟବାଦୀ ଥାନାରେ ଗିରିଶଙ୍କ ଅଭିଯୋଗରେ ୧୯୨/୨୧ ଓ ଅଶୋକଙ୍କ ଅଭିଯୋଗରେ ୧୯୩/୨୧ରେ ଦୁଇଟି ମାମଲା ରୁଜ କରାଯାଇ ତଦନ୍ତ ଜାରି ରହିଛି । ସୁଚନାଯୋଗ୍ୟ ଯେ ଅଶୋକ ମହାନ୍ତି ଉକ୍ତ କଲୋନୀରେ ଥିବା ଡ୍ରେନରେ ଘରର ପାଣି ଛାଡିବା ଯୋଗୁ ଗିରିଶଙ୍କ ଘର ଆଗରେ ଅଜିଆ ଅବଜ୍ଜନା ଡ୍ରେନରେ ଜମା ହେବା ସହ ଦୁର୍ଗନ୍ଦମୟ ହେଉଛି । ଗିରିଶଙ୍କ ପରିବାର ଘରେ ରହିବା କଷ୍ଟକର ହୋଇ ପଡିଥିଲା ।  ଗିରିଶ ବାରମ୍ବାର ଅଶୋକଙ୍କୁ ଏ ସମ୍ପର୍କରେ ଅଭିଯୋଗ କରିବା ପରେ  ମଧ୍ୟ ସେ କିଛି ନ ଶୁଣିନଥିଲେ । ଗିରିଶ ତାଙ୍କର ସୁବିଧା ପାଇଁ ତାଙ୍କ ଘର ଆଗରେ ଏକ ବନ୍ଧ କରୁଥିଲେ ।ଏହାକୁ ଅଶୋକ ମହାନ୍ତିଙ୍କ ପରିବାର ଲୋକମାନେ ବାରଣ କରିଥିଲେ ।  ଏହାକୁ ନେଇ ଦୁଇ ପରିବାର ମଧ୍ୟରେ କଥା କଟାକଟି ହେବାପରେ ହାତାହାତି ହୋଇଥିଲେ । ଏଥିରେ ଦୁଇ ଜଣ ଆହତ ହୋଇ ସାକ୍ଷୀଗୋପାଳ ମେଡିକାଲରେ ପ୍ରାଥମିକ ଚିକିତ୍ସା ହୋଇଥିବା ଜଣାପଡିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୫/୨୦୨୧---୮,୪୫

Sakhigopal News,Dhirendra Senapati,4/5/2021

Blog Archive

Popular Posts