Breaking News

ବିଜେପି ପକ୍ଷରୁ ବସଷ୍ଟାଣ୍ଡ ସାନିଟାଇଜେସନ ଓ ମାସ୍କ, ଖଦ୍ୟାପୁଡିଆ ବଣ୍ଟନ

 
କବିସୂର୍ଯ୍ୟନଗର ----ବିଜେପିର ଘୁମୁସର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲା ଉପସଭାପତି ଆଲୋକ ଶତପଥୀ, ମୁରଲୀ ପାଣିଗ୍ରାହୀ, କରମା ସ୍ୱାଇଁ, କାହ୍ନା ନାୟକ, ଆଦିତ୍ୟ ଜେନା, ଜିତେନ୍ଦ୍ର ନାହାକ, କ୍ରିଷ୍ଣା ନାୟକ ପ୍ରମୁଖ ସହାୟତାରେ କବିସୂର୍ଯ୍ୟନଗର ବସଷ୍ଟାଣ୍ଡ ସାନିଟାଇଜେସନ କରାଯାଇଛି ।  ଗରିବ, ଅସହାୟ ଲୋକଙ୍କୁ ମାସ୍କ, ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଛି । ଯାହା କି ସର୍ବସାଧାରଣରେ ପ୍ରଶାସନ ବିପକ୍ଷରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । ନେତା ଓ ପ୍ରଶାସନ କରୋନା ଭୟରେ ଲୋକଙ୍କ ନିକଟତର ନ ହେବା ଓ ଏଭଳି ଦୁର୍ଦିନରେ ପାଖରେ ଠିଆହେବାକୁ ଉଚିତ ମଣୁନଥିବା ବେଳେ  ବିଜେପି ମୋର୍ଚ୍ଚା ଜଣସାଧାରଣ ଙ୍କ ପାଖରେ ଠିଆ ହୋଇଛି । ଯାହାକି ଲୋକମାନେ ବିଜେପି ଦଳ ପ୍ରତି ସମର୍ଥନ ବଢ଼ିବାରେ ଲାଗିଛି । 
ବ୍ରହ୍ମପୁର ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ ,୨୯/୫/୨୦୨୧
 Sakhigopal News29/5/2021

Blog Archive

Popular Posts