Breaking News

ସାକ୍ଷୀଗୋପିନାଥ ସେବାୟତଙ୍କୁ ରାଶନ ସାମଗ୍ରୀ ପ୍ରଦାନ




 ସାକ୍ଷୀଗୋପାଳ ----- ରାଜ୍ୟରେ ମହାମାରୀ ଦୁତୀୟ ଲହର କରୋନା ତାରା କାୟା ବିସ୍ତାର କରିଚାଲିଛି । ଏହାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ସଟଡାଉନ ଓ ଲକଡାଉନ ଜାରି କରାଯାଇଛି । ଏଥିପାଇଁ ସମସ୍ତ ଧର୍ମ ଅନୁଷ୍ଠାନ ଗୁଡିକ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ କରିଛନ୍ତି । କେବଳ ଠାକୁରଙ୍କ ନୀତିକାନ୍ତି କରାଯାଉଛି । ଭକ୍ତ ବା ଶ୍ରଦ୍ଧାଳୁ ମାନେ ମନ୍ଦିର ନଆସିବାରୁ  ସେବାୟତ ମାନଙ୍କର ରୋଜଗାର ପତ୍ନା ବନ୍ଦ ହୋଇଯାଇଛି ।  ଯାହା ଫଳରେକି ମନ୍ଦିର ଉପରେ ନିର୍ଭର କରୁଥିବା ସେବାୟତ ମାନେ ଏବେ ବହୁ ଅସୁବିଧାରେ କାଳତିପାତ କରୁଛନ୍ତି । ଏହାକୁ ନେଇ ପୁରୀର ଏକ ସ୍ୱେଚ୍ଛାସେବୀ ଧର୍ମ ଅନୁଷ୍ଠାନ ଉତ୍କଳ ବିଦ୍ୱତ ପରିଷଦର ଅଧ୍ୟକ୍ଷ ମନୋଜ କୁମାର ରଥଙ୍କ ତତ୍ୱବଧାନରେ  ସାକ୍ଷୀଗୋପାଳ ମନ୍ଦିରର ୪୦ ଜଣ ସେବାୟତଙ୍କୁ କିଛି ରାଶନ ସାମଗ୍ରୀ ପ୍ରଦାନ କରାଯାଇଛି । ଏଥିରେ ଅନୁଷ୍ଠାନର ସଦସ୍ୟ ଦେବେନ୍ଦ୍ର ମହାରଣା, ଜଗଦୀଶ ପ୍ରଧାନ, ଦେବେନ୍ଦ୍ର ରଥ, ବିରଞ୍ଚି ନାରାୟଣ ମିଶ୍ର ପ୍ରମୁଖଙ୍କ ଉପସ୍ଥିତିରେ କୋଭିଡ ଗାଇଡି ଲାଇନି ପାଳନ କରାଯାଇ ସାମ୍ରଗୀ ବଣ୍ଟନ କରାଯାଇଥିଲା । ମନ୍ଦିର ସେବାୟତ ସଂଘର ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୫/୨୦୨୧----୮,୨୫,/Sakhigopal News,24/2/2021

Blog Archive

Popular Posts