Breaking News

ବାତ୍ୟା ପରେ ଡେଲାଙ୍ଗ ବ୍ଳକର ୧୩୪୮ଜଣ ଘରକୁ ଫେରିଲେ

 




ଡେଲାଙ୍ଗ ------ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡେଲାଙ୍ଗ ବ୍ଳକର ୨୧ଟି ଗ୍ରାମ ପଞ୍ଚାୟତର ୨୬ଟି ସ୍ଥାନରେ ୧୩୪୮ ଜଣଙ୍କୁ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀକୁ ଅଣାଯାଇ ରଖାଯାଇଥିଲା  । ଆଜି ରନ୍ଧା ଓ ଶୁଖିଲା ଖାଦ୍ୟ ଖାଇବା ପରେ ସେମାନଙ୍କୁ ନିଜ ନିଜ ଘରକୁ ପଳାଇ ଯିବା ପାଇଁ ବିଡିଓ  ଦିଲୀପ କୁମାର ଷଡଙ୍ଗୀ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ବିଶେଷ କରି ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ବିଡିଓ, ତହସିଲଦାର, ବ୍ଳକର କର୍ମଚାରୀ ମାନଙ୍କ ସହ ଆଲେଚନା କରିଥିଲେ ।ଯେଉଁ ମାନେ ବାତ୍ୟା  ଆଶୟ ସ୍ଥଳରେ ରହିଛନ୍ତି ଯେପରି କୌଣସି ଅସୁବିଧା ନହୁଏ ସେଥିପ୍ରତି ସେ ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ଓ ବିଡିଓଙ୍କ ସହିତ ଆଲୋଚନା  ଜାରି ରଖିଥଲେ । ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟ ସଭ୍ୟା , ତହସିଲ, ଥାନା ଓ ବ୍ଳକର କର୍ମଚାରୀ ମାନେ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ ବୋଲି ବିଡିଓ ଶ୍ରୀ ଷଡଙ୍ଗୀଙ୍କ ଠାରୁ ସୁଚନା ମିଳିଛି ।  ୟସକୁ ନେଇ ଲୋକମାନେ ଯେଉଁପରି ମାଣରେ ଭୟଭୀତ ହୋଇଥିଲେ ମାତ୍ର ସେପରି ପ୍ରଭାବ ଡେଲାଙ୍ଗ ବ୍ଳକରେ ପଡିନାହିଁ । ମାତ୍ର ମଙ୍ଗଳବାର ଦିନ ବର୍ଷା ସାଙ୍ଗକୁ ପବନ ବୋହିଥିଲା ।  ବାତ୍ୟା ଲ୍ୟାଣ୍ଡ ଫଲ କରିବା ପରେ କିଛି ସମୟ ପାଇଁ ପବନ ବୋହିଥିଲା । ବର୍ଷା ପୁରା ପୁରି ଛାଡି ଯାଇଥିଲା । କୌଣସି ଯାଗାରେ ସେପରି କିଛି କ୍ଷୟକ୍ଷତି ହୋଇନଥିବା ତହସିଲଦାର ମହେନ୍ଦ୍ର ବଡେଇଙ୍କ ଠାରୁ ସୁଚନା ମିଳିଛି ।

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୬/୫/୨୦୨୧,  ୮,୪୦ 

Sakhigopal News, 26/5/2021

Blog Archive

Popular Posts