ମୋବାଇଲି ମାଧ୍ୟମରେ ସମର୍ଥନ ବାର୍ତ୍ତା ପ୍ରଦାନ
ସାକ୍ଷୀଗୋପାଳ ---- ଦିଲ୍ଲୀ ରାଜ ରାସ୍ତାରେ ଛଅ ମାସରୁ ଅଧିକ ଦିନ ହେବ ଭାରତୀୟ ସଂଯୁକ୍ତ କିଷାନ ମୋର୍ଚ୍ଚା କେନ୍ଦ୍ର ସରକାର ଲାଗୁ କରିଥିବା ତିନୋଟି କୃଷି ଆଇନ ବିରୁଧରେ ଧାରଣା ଦେଇଛନ୍ତି । ଏହି ଆଇନକୁ କଳା ଦିବସ ଭାବେ ଦିଲ୍ଲୀରେ କୃଷକ ସଂଗଠନ ପାଳନ କରୁଛନ୍ତି । ପୁରୀ ଜିଲ୍ଲା ନବ ନିର୍ମାଣ କୃଷକ ସଂଗଠନର ସଭାପତି ଗୋବିନ୍ଦ ମହାପାତ୍ର ମୋବାଇଲି ମାଧ୍ୟମରେ କଳା ଦିବସକୁ ସମର୍ଥନ କରୁଛନ୍ତି ବୋଲି ଏକ ବାର୍ତ୍ତା ପ୍ରଦାନ କରିଛନ୍ତି ବୋଲି ଜଣାଇଛନ୍ତି । କୋଭିଡ ଗାଇଡି ଲାଇନି ଅନୁଯାୟୀ ମୋବାଇଲି କନଫରେନସ ମାଧ୍ୟମରେଏକ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଗଠନର ସଭାପତି ଗୋବିନ୍ଦ ମହାପାତ୍ର , ସୂର୍ଯ୍ୟନାରାୟଣ ରଥ, ଶରତ ପ୍ରଧାନ, ଭାଗିରଥି ଦାଶ, ଭୁବନେଶ୍ୱର ଜେନା, ସଦାନନ୍ଦ ଭୋଇ, ଗଙ୍ଗାଧର ମିଶ୍ର, ଗଭବାନ ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୫/୨୦୨୧---୮,୦୦