ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ପକ୍ଷରୁ ୫୦ ରୁ ଉର୍ଦ୍ଧ୍ୱ ଅମ୍ଳଜାନ ଭର୍ତ୍ତି ଅକ୍ସିଜେନ ଟ୍ରେନର ପରିଚାଳନା କରାଯାଇଛି
ଜଟଣୀ ----ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ପରିସୀମା ମଧ୍ୟରୁ ୩୯ ଟି ଅମ୍ଳଜାନ ଭର୍ତ୍ତି ସ୍ୱତନ୍ତ୍ର ଟ୍ରେନ୍ ଦେଶର ବିଭିନ୍ନ ରାଜ୍ୟକୁ ପଠାଯାଇଛି । ଅନ୍ୟ ରେଳ ଜୋନ୍ ଗୁଡିକରୁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ପରିସୀମା ମଧ୍ୟଦେଇ ୧୨ ଟି ଅମ୍ଳଜାନ ଭର୍ତ୍ତି ଏକ୍ସପ୍ରେସ୍ ସ୍ପେସିଆଲ୍ ଗ୍ରୀନ୍ କରିଡର ଦେଇ ଗନ୍ତବ୍ୟ ସ୍ଥଳ ପାଇଁ ଯାତାୟାତ କରିଛି । ୨୫୦୩.୭୫ ଟନ୍ ତରଳ ମେଡିକାଲ୍ ଅମ୍ଳଜାନ ଏହି ମଣ୍ଡଳରୁ ଆଜି ପର୍ୟ୍ୟନ୍ତ ପରିବହନ କରାଯାଇଛି । ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ମଧ୍ୟ ରେଳ ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା ଆହ୍ବାନ ର ଏକ ଅଂଶ ପାଲଟିଛି ଏବଂ ଲିକ୍ୱିଡ୍ ମେଡିକାଲ ଅମ୍ଳଜାନ କୁ ଏହି ମଣ୍ଡଳରୁ ଏବଂ ମଣ୍ଡଳ ମଧ୍ୟ ଦେଇ ପରିବହନକୁ ପ୍ରାଥମିକତା ଦେଇ ଦେଶର ବିଭିନ୍ନ ରାଜ୍ୟକୁ ପରିବହନ କରାଯାଇଛି । ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଆଜି ପର୍ୟ୍ୟନ୍ତ ୫୧ ଟି ଅମ୍ଳଜାନ ଭର୍ତ୍ତି ଏକ୍ସପ୍ରେସ ଟ୍ରେନର ରେକ୍ ପରିଚାଳନା କରିଛି । ଖୋର୍ଦ୍ଧା ରୋଡ଼ ମଣ୍ଡଳ ରୁ \'ଏଲ ଏମ୍ ଓ\' ପରିବହନ ୩୦ ଏପ୍ରିଲ ୨୦୨୧ ରୁ ଆରମ୍ଭ ହୋଇଥିଲା। ଗତ ୩୨ ଦିନ ଅର୍ଥାତ୍ ୩୦ ଏପ୍ରିଲ୍ ୨୦୨୧ ରୁ ୩୧ ମେ ୨୦୨୧ ପର୍ୟ୍ୟନ୍ତ, ଡିଭିଜନ୍ ଏହାର ଅଧୀନରେ ଥିବା ବିଭିନ୍ନ ଇସ୍ପାତ କାରଖାନାରୁ \'ଏଲ୍ ଏମ୍ ଓ\' ଧାରଣ କରିଥିବା ୩୯ ଟି ଅମ୍ଳଜାନ ଏକ୍ସପ୍ରେସ ଟ୍ରେନ୍ ପରିବହନ କରିଛି। ଆଜି ପର୍ୟ୍ୟନ୍ତ, ୧୫୫ ଟ୍ୟାଙ୍କରରେ ସମୁଦାୟ ୨୫୦୩.୭୫ ଟନ୍ \"ଏଲ୍ ଏମ୍ ଓ \", ଏହି ଡିଭିଜନରୁ ତେଲେଙ୍ଗାନା, ମହାରାଷ୍ଟ୍ର, ଦିଲ୍ଲୀ, ହରିୟାଣା, ତାମିଲନାଡୁ, କେରଳ ଏବଂ କର୍ଣ୍ଣାଟକ ଭଳି ବିଭିନ୍ନ ରାଜ୍ୟକୁ ପରିବହନ କରାଯାଇଥିଲା । ଏହି ଡିଭିଜନ୍ ଦକ୍ଷିଣ ପୂର୍ବ ଏବଂ ପୂର୍ବ ରେଳବାଇର ଦୁର୍ଗାପୁର, ଟାଟାନଗର ଏବଂ ରାଉରକେଲା ପରି ଲୋଡିଂ ପଏଣ୍ଟରୁ \"ଏଲ୍ ଏମ୍ ଓ\" ସହିତ ଲୋଡ୍ ହୋଇଥିବା ଅମ୍ଳଜାନ ଏକ୍ସପ୍ରେସ ଟ୍ରେନର ୧୨ ଟି ରେକ୍ ପାଇଁ ଗ୍ରୀନ୍ କରିଡରର ସୁବିଧା ଯୋଗାଇ ଦେଇଛି । ଏହି \"ଏଲ୍ ଏମ୍ ଓ\" ଲୋଡ୍ ଅମ୍ଳଜାନ ଟ୍ରେନ ଗୁଡିକ ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦେଇ ଗତି କରିବାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି, ଯାହା ଦ୍ଵାରା ସେମାନେ ସିକନ୍ଦରାବାଦ, ଚେନ୍ନାଇ ଏବଂ ବାଙ୍ଗାଲୋର ଇତ୍ୟାଦି ସ୍ଥାନକୁ ଯଥା ଶୀଘ୍ର ପହଞ୍ଚି ପାରିବେ। ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ଶଶି କାନ୍ତ ସିଂହଙ୍କ ଉତ୍ତମ ମାର୍ଗଦର୍ଶନରେ ମଣ୍ଡଳ, ଅକ୍ସିଜେନ ଏକ୍ସପ୍ରେସ ଟ୍ରେନର ନିରାପଦ ତଥା ଦ୍ରୁତ ଗତିରେ ପହଞ୍ଚିବା ପାଇଁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି।
ଜଟଣୀରୁ ରଙ୍ଗନାଥ ବେହେରା, ୩୧/୫/୨୦୨୧
Sakhigopal News, 31/5/2021