ମଟର ସାଇକେଲ ଧକ୍କାରେ ଜଣେ ମୃତ
ଭଞ୍ଜନଗର--- ମୋପେଡ୍ ମଟର ସାଇକେଲ ଧକ୍କାରେ ଜଣେ ମୃତ । ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ ବିଲୁଆପଡା ଗାଁ ନିକଟ ରେ ଘଟିଛି ଏଭଳି ଘଟଣା । ମୃତକ ହେଲେ ସ୍ଥାନୀୟ ଗାଁ ର ରାମ ନାଇକ (୬୦) । ଦୁର୍ଘଟଣା ଘଟାଇଥିବା ମୋପେଡ୍ କୁ ପୋଲିସ ଜବତ କରିବା ସହ , ଗାଡ଼ି ଚାଳକ କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ । ସୁଚନା ଯୋଗ୍ୟ ଯେ ବିଲୁଆପଡା ଗାଁ ର ରାମ ନାଇକ ଗାଲେରୀ ରୁ ବିଲୁଆପଡା ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ମୋପେଡ୍ ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ରାମ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଧାର କରି ଗାଲେରୀ ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାରାସିଂ ଥାନା ପୋଲିସ ମୃତଦେହକୁ ଜବତ କରି ଭଂଜନଗର ବ୍ୟବଛେଦ ପାଇଁ ପଠାଇଛନ୍ତି । ୧୨୩/୨୧ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଫାଣ୍ଡି ଅଧିକାରୀ ଚନ୍ଦ୍ରଶେଖର ବେହେରାଙ୍କ ଠାରୁ ସୁଚନା ମିଳିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୫/୨୦୨୧----୮,୪୦
Sakhigopal News 29/5/2021