ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ତରଫରୁ ରକ୍ତଦାନ ଶିବିର
କବିସୂର୍ଯ୍ୟ ନଗର---- ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର କଲ୍ୟାଣ ମଣ୍ଡପଠାରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁର ମିଳିତ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କବିସୂର୍ଯ୍ୟନଗର ବିଧାୟିକା ମୁଖ୍ଯ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଅଧିକରୁ ଅଧିକ ସଂଖ୍ଯାରେ ରକ୍ତଦାତା ସାମିଲ ହେବାକୁ ନିବେଦନ କରିଥିଲେ। ଜିଲ୍ଲାରେ ବହୁ ସଂଖ୍ୟାରେ ଶିକ୍ଷକ ଓ ଅଙ୍ଗନବାଡ଼ି କର୍ମୀ କରୋନାରେ ସଂକ୍ରମିତ ହୋଇ ମ୍ରୁତ୍ୟୁ ବରଣ କରିଥିବା ବେଳେ ଏଭଳି କରୋନା ଯୋଦ୍ଧାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ସେମାନଙ୍କ ସ୍ମ୍ରତି ଉଦ୍ଦେଶ୍ଯରେ ଏଭଳ ଏକ ମହତ କାର୍ଯ୍ୟ ଆଯୋଜନ କରାଯିବା ନେଇ ସୂଚନା ଦେଇଛନ୍ତି ବିଧାୟିକା। ସଂପ୍ରତି ରାଜ୍ଯରେ ଦେଖାଦେଇଥିବା କରୋନା ମହାମାରୀ ଯୋଗୁଁ ଜିଲ୍ଲାର ମୁଖ୍ଯ ଡାକ୍ତରଖାନା ଗୁଡିକରେ ରକ୍ତର ଘୋର ଅଭାବ ଦେଖାଦେଇଛି । ଅନ୍ୟପଟେ ରକ୍ତ ଅଭାବକୁ ନେଇ କୌଣସି ରୋଗୀ ମ୍ରୁତ୍ୟୁ ବରଣ କରିବେନାହିଁ ସେଥିପ୍ରତି ବିଶେଷ ଦ୍ରୁଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳକୁ ନିର୍ଦ୍ଦେଶ ଦେଇଛନ୍ତି। ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜିତ ହେଉଥିବା ବେଳେ ଆଜି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନେତ୍ରୁତ୍ଵରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି। ଲତିକା ପ୍ରଧାନଙ୍କ ପ୍ରେରଣାରେ ଉତ୍ସାହିତ ହୋଇ ବହୁସଂଖ୍ଯାରେ ଯୁବପୀଢ଼ି ସ୍ବେଚ୍ଛାକୃତ ରକ୍ତଦାନ କରିବାକୁ ଆଗ୍ରହ ପ୍ରକାଶ କରିଥିବା ଦେଖିବାକୁ ମିଳିଛି। ୫୦ୟୁନିଟ ରକ୍ତ ସଂଗ୍ରହ ପାଇଁ ଲକ୍ଷ ରଖାଯାଇଛି । କବିସୂର୍ଯ୍ୟନଗର ବିଧାୟିକାଙ୍କ ନେତ୍ରୁତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜୀବନ ବିନ୍ଦୁ ସଂଯୋଜକ ସୁବାଷ ମହାରଣା, ରାଜ୍ୟ ସାଧାରଣ ସଂପାଦକ ଜଗନ୍ନାଥ ସାବତ, ପୂର୍ବତନ ଏନ୍. ଏ. ସି ଚେୟାରମ୍ୟାନ ମନୋରଂଜନ ମହାପାତ୍ର, ଏନ୍ଏସି ବିଜେଡିର ସଭାପତି ଭଗବାନ ସ୍ବାଇଁ, କାର୍ଯ୍ୟକାରୀ ସଭାପତି ରସଲ କୁମାର ଦାସ, ବ୍କକ ଚେୟାରମ୍ୟାନ ସରୋଜ କୁମାର ପାଢୀ, ପୂର୍ବତନ ଏନ୍ଏସି ଚେୟାରମ୍ୟାନ ଲକ୍ଷ୍ମୀପ୍ରିୟା ସାହୁ,ଯୁବ ନେତା ଦିଲ୍ଲୀପ କୁମାର ସାହୁ,ପ୍ରସନ୍ନ ନାୟକ,ବିକ୍ରାନ୍ତ କୁମାର ସାହୁ ଇ ତ୍ରିଲୋଚନ ପାତ୍ର ,ସୁଶାନ୍ତ ଖୁଣ୍ଟିଆ ରାକେଶ ପ୍ରଧାନଙ୍କ ସମେତ ବିଜେଡିର ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ । ବ୍ରହ୍ମପୁର ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ ,୨୯/୫/୨୦୨୧ Sakhigopal News,29/5/2021