ଚାଷୀଙ୍କ ଧାନ ରଖିବା ପାଇଁ ଡେଲାଙ୍ଗ ପ୍ରଶାସନ ନିଦା ବିଷ୍ଠୁ ସାଜିଲା; ଷଣ୍ଢ ଖାଇଗଲେ ୨ ବସ୍ତା ଧାନ
ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବେରବୋଇ ଗ୍ରାମ ପଞ୍ଚାୟତର ମଣିଜିପୁର ଗ୍ରାମର କେତେକ ଚାଷୀ ଧାନ ଅମଳ କରି ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ବସ୍ତା କରି ବାରିରେ ଥୋଇଥିଲେ । ମାତ୍ର ୟାସ ବାତ୍ୟା ଯୋଗୁ ଚାଷୀ ମାନେ ହଇରାଣରେ ପଡିଗଲେ । ସେମାନଙ୍କ ପାଖରେ ଧାନ ରଖିବା ପାଇଁ ଘର ନାହିଁ । ଏଣୁ ପାଖରେ ଥିବା ବିଦ୍ୟାଳୟରେ ଧାନ ରଖିବା ପାଇଁ ଜଣେ ସାମ୍ବାଦିକଙ୍କ ମାଧ୍ୟମରେ ଓ ନିଜେ ଡେଲାଙ୍ଗ ତହସିଲଦାର, ବିଡିଓ ଓ ବ୍ଳକ ଶିକ୍ଷା ଅଧିକାରୀଙ୍କ ସହିତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମସ୍ତୁଙ୍କୁ ନିବେଦନ କରିଥିଲେ ମଧ୍ୟ ପ୍ରଶସନ ଅଧିକାରୀ ମାନେ ନିଦାବିଷ୍ଠୁ ସାଜିଛନ୍ତି । ଅନ୍ୟ ପକ୍ଷେ ରାଜ୍ୟ ସରକାର ଚାଷୀ ମାନଙ୍କର ଉନ୍ନତି ପାଇଁ ଓ ବାତ୍ୟାକୁ ନଜର କରି ଅମଳ କରିଥିବା ଶସ୍ୟ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ କହୁଛନ୍ତି । ମାତ୍ର ସେମାନଙ୍କ କଥା କେହି ଶୁଣିନାହାନ୍ତି । ଯାହା ଫଳରେକି ୧୨୦ ବସ୍ତା ଧାନ ଏବେ ପାଲ ତଳେ ପଡି ରହିଛି । ସୁଚନାଯୋଗ୍ୟ ଯେ ସୁରେଶ କୁମାର ବରାଳଙ୍କର ଦୁଇ ବସ୍ତା ଧାନ ଷଣ୍ଢ ରାତିରେ ଅଖା କଣା କରି ଖାଇଯାଇଥିବା ସେ କହନ୍ତି ।ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୫/୫/୨୦୨୧---୭,୫୫