Breaking News

ନଡିଆ ଗଛ କାଟିବାକୁ ବିରୋଧ କରିବାରୁ ବାପା ଓ ପୁଅକୁ ଆକ୍ରମଣ


 ସାକ୍ଷୀଗୋପାଳ ----- ସତ୍ୟବାଦୀ ଥାନା ଅନ୍ତର୍ଗତ ହରିଶଙ୍କରପୁର ଗ୍ରାମର ଲିଜମାଇଲିରେ ଥିବା ଏକ ନଡିଆ ଗଛ କଟାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ ହୋଇଥିବା ନେଇ ସତ୍ୟବାଦୀ ଥାନାରେ  ମାନସୀ ଜେନା ଅଭିଯୋଗ କରିଛନ୍ତି । ସୁଚନା ଯୋଗ୍ୟ ଯେ  ଲକ୍ଷ୍ମୀଧର ଜେନାଙ୍କ ଭାଇ ପ୍ରଶନ୍ନ ଜେନା ଲିଜମାଇଲିରେ ଥିବା ଏକ ନଡିଆ ଗଛକୁ କାଟିବା ପାଇଁ ଯୋଜନା କରୁଥିଲେ । ଏହାକୁ ଲକ୍ଷ୍ମୀଧର ବିରୋଧ କରିବାରୁ ପ୍ରଶନ୍ନ ଜେନା ଓ ତାଙ୍କ ପରିବାର ସଦସ୍ୟ ମାନେ ମିଳିତ ଭାବେ ଲକ୍ଷ୍ମୀଧରଙ୍କୁ ମାରଣାତ୍ମକ ଆକ୍ରମଣ କରିଥିଲେ । ଲକ୍ଷ୍ମୀଧରଙ୍କ ପାଟିଶୁଣି ସ୍ତ୍ରୀ ମାନସୀ ଓ ତାଙ୍କର ପୁଅ ଲକ୍ଷ୍ମୀଧରଙ୍କୁ ଉଦ୍ଦାର କରିବାକୁ ଯିବାରୁ ପ୍ରଶନ୍ନ ପରିବାର ଲୋକମାନେ ଏମାନଙ୍କୁ ମାଡ ମାରି ମୁଣ୍ଡ ଫଟେଇ ଦେଇଥିଲେ । ଯାହାକି ଲକ୍ଷ୍ମୀଧର ଓ ତାଙ୍କ ପୁଅ ପ୍ରଥମେ ସାକ୍ଷୀଗୋପାଳ ଓ ପରେ ପୁରୀ ମେଡିକାଲରେ ଚିକିତ୍ସା ହେଉଥବା ଜଣାପଡିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୫/୨୦୨୧---୯,୫୫ 

Sakhigopal News, 31/5/221

Blog Archive

Popular Posts