Breaking News

ରୋଷାଇ ସାମଗ୍ରୀ ବାଣ୍ଟିବା ସହିତ 'ଆମେ ଅଛୁ କାର୍ଯ୍ୟକ୍ରମ


ଭଞ୍ଜନଗର-ସମ୍ପ୍ରତି କରୋନା ଦ୍ବିତୀୟ ଲହରୀ ସଂକ୍ରମଣ ଯୋଗୁଁ ସାରା ରାଜ୍ୟରେ ତାଲାବନ୍ଦ ଲାଗୁ ହୋଇଛି । ବହୁ ଅସହାୟ ଲୋକ ଖାଇବାକୁ ପାଉନାହାନ୍ତି ।ସେଥିପାଇଁ କନ୍ଧମାଳ ସାଂସଦ ଅଚ୍ୟୁତ ସାଂସଦଙ୍କ
ନିର୍ଦ୍ଦେଶରେ ଷୋହଳ ଦିନ ହେଲା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଷୋଡଶ ଦିନରେ ସମାଜ ସେବୀ ଶୁଳପାଣି ଶତପଥିଙ୍କ ଝିଅ ଜୟନ୍ତୀ ଶତପଥି
ରୋଷାଇ ସାମଗ୍ରୀ ଚାଉଳ, ଡାଲି, ଆଳୁ, ପିଆଜ, ପରିବା, ତେଲ, ଲୁଣ, ସାବୁନ, ମାସ୍କ, ବିସ୍କୁଟ ବଣ୍ଟନ କରିଥିଲେ । ଆମେ ଅଛୁ କାର୍ଯ୍ୟକ୍ରମରେ ସ୍ଥାନୀୟ ଚିଦାନନ୍ଦ କୁଷ୍ଠାଶ୍ରମର ଅନ୍ତେ ବାସୀଙ୍କ ସହିତ ଶ୍ରୀରାମନଗର, ବାଉସସାଲୁଣ୍ଡି,ବସଷ୍ଟାଣ୍ଡ  ମାନଙ୍କରେ ୮୦ ଜଣ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏହାକୁ ଶୁଳପାଣି ଶତପଥି, ପଞ୍ଚାନନ ପାଳ. ଜଗଦୀଶ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଭଞ୍ଜନଗର ବ୍ଲକ ଅବସର ପ୍ରାପ୍ତ ଉପ ଶିକ୍ଷା ଅଧିକାରୀ ଜଗବନ୍ଧୁ ଜେନା, ଜ଼ିଲ୍ଲା ଯୁବ ରେଡ଼କ୍ରସ ସଂଯୋଜକ ବି ଗୋବିନ୍ଦ ରାଓ, ଜୟନ୍ତୀ ଶତପଥି, ହେଲପିଂ ହ୍ୟାଣ୍ଡର ପ୍ରଶାନ୍ତ କୁମାର ପ୍ରଧାନ, ଶୋଲ ଚାରିଟାଵଲ ଟ୍ରଷ୍ଟ ପ୍ରତିନିଧି ଡି ତ୍ରିପତି ପାତ୍ର
ସହଯୋଗ କରିଥିଲେ । 
ଭଞ୍ଜନଗରରୁ ରବିନ୍ଦ୍ର  ପ୍ରଧାନଙ୍କ ରିପୋର୍ଟ,୨୯/୫/୨୦୨୧,-----୪,୪୦ 
Sakhigopal News 29/5/2021

Blog Archive

Popular Posts