ଜାତୀୟ ରାଜପଥ କରରେ ଶୁଖିଲା ଗଛ; ବିପଦକୁ ଅପେକ୍ଷା
ସାକ୍ଷୀଗୋପାଳ----- ଆଗକୁ ମାଡି ଆସୁଛି ୟସ୍ । ଏହା ଏବେ ଭୟଙ୍କର ବାତ୍ୟା ଆଡକୁ ଗତି କରୁଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୁଚନା ମିଳୁଛି । ପବନର ଗତି ୧୬୫ କି,ମି ହେବ ବୋଲି ଅନୁମାନ କରାଯାଉଛି । ରାଜ୍ୟ ସରକାର ସଜାଗ ରହିଛନ୍ତି । ପ୍ରତି ବ୍ଳକରେ ୟସକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମାତ୍ର ରାସ୍ତା କରରେ ବଡ ବଡ ଗଛ ଶୁଖିକି ଠିଆ ହୋଇଛି । ବିପଦକୁ ସେ ଅପେକ୍ଷା କରିଛି । ଭୁବନେଶ୍ୱର--ପୁରୀ ୩୧୬ନଂ ଜାତୀୟ ରାଜପଥର ସାକ୍ଷୀଗୋପାଳ ବ୍ଳକ ଛକଠାରୁ ବୀରଗୋବିନ୍ଦପୁର ଛକ ମଧ୍ୟରେ ଅନେକ ତାଳ ଓ ଚାକୁଣ୍ଡା ଗଛ ଶୁଖକି ଠିଆ ହୋଇ ରହିଛି । କେଉଁ ସମୟରେ ଦୁର୍ଘଟଣା ନ ଘଟିବ ତାହା କହିବା ସମ୍ବବପର ନୁହେଁ । ଏହି ରାସ୍ତା ଦେଇ ପୁରୀ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ମାନେ ଯାଉଥିଲେ ମଧ୍ୟ କାହାରି ନଜର ପଡୁ ନାହିଁ । ଯଦି ବାତ୍ୟାର କୋପ ପୁରୀରେ ପଡିବ ତା ହେଲେ ଏହି ଗଛ ଗୁଡିକ ନିଶ୍ଚତ ଭାଙ୍ଗି ପଡିବ । ଦୁର୍ଘଟଣା ନ ଘଟିବା ଆଗରୁ ତୁରନ୍ତ ପୁରୀ ଜିଲ୍ଲାପାଳ ନଜର ଦେଇ ଗଛ ଗୁଡିକକୁ ହଟାଇ ଦେବାକୁ ଦାବି ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୫/୨୦୨୧-----୯,୫୦