Breaking News

ସତ୍ୟବାଦୀରେ ୨୭ଜଣ ପଜେଟିଭ ଚିହ୍ନଟ

 ସାକ୍ଷୀଗୋପାଳ -----  ସତ୍ୟବାଦୀରେ ଶୁକ୍ରବାର ଦିନ କରୋନା ପଜେଟିଭ ୨୭ ଜଣ ଚିହ୍ନଟ ହୋଇଛନ୍ତି । ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୪୬ ଜଣ କୋଭିଡ ଟେଷ୍ଟ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୭ ଜଣ ପଜେଟିଭି ବାହାରିଛନ୍ତି । ଏମାନଙ୍କୁ ହୋମ କରେଣ୍ଟାଇନିରେ ରହିବା ସହ ମେଡିକାଲ ପକ୍ଷରୁ ସମସ୍ତ ପ୍ରକାରର ମେଡିସିନ ଦିଆଯାଇଥିବା ଜଣାପଡିଛି । ଏବଂ ସେମାନଙ୍କ ଉପରେ ନଜର ରଖିବାକୁ ଆଶା ଦିଦି ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୫/୨୦୨୧----୮,୫୦  

Blog Archive

Popular Posts