Breaking News

ଘୂର୍ଣ୍ଣିଝଡ “ୟାସ୍”ର ପ୍ରସ୍ଥାନ ପରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଦ୍ୱାରା ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ


ଜଟଣୀ --ସ୍ଵତନ୍ତ୍ର ଟ୍ରେନ୍ ଗୁଡିକର ସେବା ପୁନ ଆରମ୍ଭ ପୂର୍ବରୁ ରେଳ ଟ୍ରାକରେ କୈାଣସି କ୍ଷତି ହୋଇ ନଥିବା ସୁନିଶ୍ଚିତ ପାଇଁ ପାଟ୍ରୋଲିଂ ରେଳ ବିଭାଗ ପକ୍ଷରୁ କରାଯାଇଛି । ସମସ୍ତ ଟ୍ରାକ ଏବଂ ଓଭର ହେଡ୍ ବିଦ୍ୟୁତିକରଣ ଯାଞ୍ଚ ଅପରାହ୍ନ ପାଞ୍ଚଟା ବେଳେ ସମାପ୍ତ ହୋଇଛି । ଷ୍ଟେସନ ପରିସରରେ ଦୁସ୍ଥ ଲୋକଙ୍କୁ ଆଶ୍ରୟ । ଅସହାୟ ଯାତ୍ରୀ ଏବଂ ଜନସାଧାରଣଙ୍କୁ ଖାଦ୍ୟ ଏବଂ ଜଳ ବଣ୍ଟନ କରାଯାଇଛି। ପୂର୍ବାନୁମାନ ଅନୁସାରେ ଓଡିଶାରେ ଘୂର୍ଣ୍ଣିଝଡ “ୟାସ୍” ର ସମ୍ଭାବ୍ୟ ଆଗମନ ପରିସ୍ଥିତିରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଟ୍ରେନ୍ ଚଳାଚଳ ଏବଂ ମୁଖ୍ୟ ବନ୍ଦରଗୁଡିକରେ ମାଲ ଗାଡ଼ି ଚଳାଚଳ ଏବଂ ବାତ୍ୟା ପ୍ରସ୍ଥାନ ପରେ ପ୍ରଭାବିତ ପ୍ରାଇଭେଟ ସାଇଡିଂରେ ପୁନରୁଦ୍ଧାର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲା। ଯାଜପୁର-କେନ୍ଦୁଝର ରୋଡ -ରାନିତାଲ ବିଭାଗ, ଭଦ୍ରକ-ଧାମରା ବନ୍ଦର ବିଭାଗ, କଟକ-ପାରାଦୀପ ବିଭାଗ ଏବଂ ହରିଦାସପୁର-ପାରାଦୀପ ପ୍ରଭାବିତ ଅ°ଚଳ ଗୁଡିକରେ ବିସ୍ତୃତ ଟ୍ରାକ ଯାଞ୍ଚ କରାଯାଇଥିଲା । ଏବଂ ରେଳ ବିଭାଗର ସମ୍ପତ୍ତିରେ କୌଣସି ବଡ଼ କ୍ଷୟକ୍ଷତିର ସମ୍ବାଦ ଏ ପର୍ଯ୍ୟନ୍ତ ମିଳିନାହିଁ । ଭଦ୍ରକ, ଯାଜପୁର-କେନ୍ଦୁଝର ରୋଡ, ପାରାଦୀପ ବନ୍ଦର ଏବଂ ଧାମରା ବନ୍ଦର ଇତ୍ୟାଦି ରେଳ ଷ୍ଟେସନରେ ଘୂର୍ଣ୍ଣିବଳୟ ସମୟରେ ପ୍ରବଳ ବର୍ଷା ଏବଂ ଦ୍ରୁତ ପବନ ଅନୁଭୂତ ହୋଇଛି।  ଧାମରା ବନ୍ଦର ଏବଂ ପାରାଦୀପ ବନ୍ଦର ଉଭୟ ସ୍ଥାନରେ ରେଳ ଚଳାଚଳ  ଲୋଡିଂ ଏବଂ ଅନଲୋଡିଂ ଯନ୍ତ୍ର ଓ ରେଳ ଲାଇନ ଯାଞ୍ଚ ସନ୍ଧ୍ୟା ସୁଦ୍ଧା ଶେଷ ହେଇଥିବା ଜଣାପଡିଛି। ଶ୍ରୀ ଶଶି କାନ୍ତ ସିଂହ, ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ, ଏବଂ ତାଙ୍କର  ଅଧିକାରୀ ସମୁହ ଭୁବନେଶ୍ୱର ଏବଂ ଭଦ୍ରକ ମଧ୍ୟରେ ଥିବା ସମସ୍ତ ଷ୍ଟେସନରେ ଏହି ଘୂର୍ଣ୍ଣିବଳୟର ପ୍ରଭାବ ଉପରେ ନିରନ୍ତର ନଜର ରଖିଥିଲେ ଏବଂ ସେହି ଅନୁଯାୟୀ ପୁନରୁଦ୍ଧାର କାର୍ଯ୍ୟ ଯୋଜନା କରାଯାଇଥିଲା।
ଏହି ଅଞ୍ଚଳରେ ଘୂର୍ଣ୍ଣିଝଡର ପ୍ରଭାବ ହେତୁ ପାଣିରେ ବୁଡି ଯାଇଥିବା ଟ୍ରାକରେ  କ୍ଷୟକ୍ଷତି ହୋଇଥିବା ଯାଞ୍ଚ କରିବା ପାଇଁ ଟ୍ରାକ୍ ର ପାଟ୍ରୋଲିଂ କରାଯାଉଛି । ଟାୱାର ୱାଗନ୍ ମାଧ୍ୟମରେ ଯାଞ୍ଚ ଏବଂ ଛୋଟ ମରାମତି କାର୍ଯ୍ୟ ଚାଲିଛି । ଯେଉଁଠାରେ ଦ୍ରୁତ ପବନ ଓଭରହେଡ୍ ବିଦ୍ୟୁତିକରଣ କେବୁଲ ଉପରେ ଏହାର ପ୍ରଭାବ ପକାଇଛି ।
ସିଗନାଲ୍ ସିଷ୍ଟମ୍ ଏବଂ ପ୍ୟାନେଲ୍ କାର୍ଯ୍ୟର ଯାଞ୍ଚ ଚାଲିଛି ଏବଂ ସଂପୃକ୍ତ ବିଭାଗଗୁଡିକରୁ ସମ୍ପୂର୍ଣ୍ଣ ଟ୍ରାକ୍ ଏବଂ ଓଭର ହେଡ୍ ବିଦ୍ୟୁତିକରଣ ଫିଟନେସ୍ ସୁନିଶ୍ଚିତ କରିବା ପରେ ଟ୍ରେନ୍ ସେବା ପୁନ ଆରମ୍ଭ ହେବ । ଏହି ଅବଧି ମଧ୍ୟରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ, ଭଦ୍ରକ, ଯାଜପୁର-କେନ୍ଦୁଝର ରୋଡ,  ବିଭିନ୍ନ ରେଳ ଷ୍ଟେସନ ରେ ଅଟକି ରହିଥିବା ଲୋକମାନଙ୍କୁ ରେଳ ବିଭାଗ ପକ୍ଷରୁ ଖାଦ୍ୟ ଓ ଜଳ ବଣ୍ଟନ କରାଯାଇଛି।   ଭୁବନେଶ୍ୱରର ମାରୱ।ଡି ଯୁବମଞ୍ଚ,cକନ୍ଦାହଟା ସ୍ଵ°ୟସହାୟକ ଗୋଷ୍ଠୀ ଏବଂ ଯାଜପୁରର ବ୍ୟାସ ସେନା ଭଳି ସାମାଜିକ ସଂଗଠନ ତଥା ଏନଜିଓ ସହାୟତାରେ ଏହି ଷ୍ଟେସନରେ ଅଭାବୀ ତଥା ଅସହାୟ ଯାତ୍ରୀଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା।
ଆଜି ସନ୍ଧ୍ୟା ପାଞ୍ଚଟା ସୁଦ୍ଧା ଖୋର୍ଦ୍ଧା ରୋଡ଼ ମଣ୍ଡଳ ସମ୍ପୂର୍ଣ୍ଣ ସାଧାରଣ ଟ୍ରେନ୍ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଉଥିବା ଜଣାପଡିଛି ।
ଜଟଣୀ --ରଙ୍ଗନାଥ ବେହେରା ,୨୬/୫/୨୦୨୧,୧୦,୦୦ 
Sakhigopal News , 26/5/2021

Blog Archive

Popular Posts