Breaking News

ଶବ କାନ୍ଧ ଦେବାକୁ କେହି ଆସିଲେ ନାହିଁ ; ସ୍ୱେଚ୍ଛାସେବୀ ଓ ପ୍ରଶାସନ ଶବ ଦାହ କଲେ


  ଡେଲାଙ୍ଗ -----ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଅଭୟମୁଖୀ ଗ୍ରାମ ପଞ୍ଚାୟତର ପାଣିଓରା ଗ୍ରାମର ବାଉରୀ ଜେନା କରୋନାରେ ମୃତ୍ୟୁ ବରଣ କରିଛନ୍ତି । ଶବ ଦାହ କରିବା ପାଇଁ ତାଙ୍କର ଆତ୍ମୀୟ ସ୍ୱଜନ ମାନେ କେହି ଆସିନଥିଲେ । ଯାହା ଫଳରେକି ଶବ କିଛି ସମୟ ପାଇଁ ଘରେ ପଡି ରହିଥିଲା । ସ୍ଥାନୀୟ ସରପଞ୍ଚ ପ୍ରସନ୍ନ ଜେନା ଖବର ପାଇ ତାଙ୍କ ପରିବାର ଓ ଗ୍ରାମାବସୀଙ୍କ ସହିତ ଆଲେଚନା କରିଥିଲେ । କେହି ଶବ ଛୁଇଁବେ ନାହିଁ ବୋଲି କହିବାରୁ ଶେଷରେ ସେ ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଓ ବ୍ଳକ ପ୍ରଶାସନ ସହିତ ଯୋଗାଯୋଗ କରିଥିଲେ ।  ଶେଷରେ ଡେଲାଙ୍ଗ ବ୍ଳକ ତହସିଲଦାର ମହେନ୍ଦ୍ର କୁମାର ବଡେଇ ଓ ବିଡିଓ ଦିଲୀପ କୁମାର ଷଢ଼ଙ୍ଗୀ ଓ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର , ସ୍ଥାନୀୟ ସରପଞ୍ଚ ଶ୍ରୀ ପରିଡା ଓ ସମିତିସଭ୍ୟଙ୍କ ପ୍ରତିନିଧି ନିରଞ୍ଜନ ଜେନାଙ୍କ ପ୍ରଚେଷ୍ଟା ଫଳରେ କୋଭିଡ ଶବ ବୁହା ଗାଡିରେ ଶବ ଅଣାଯାଇ ଗ୍ରାମ ମୁଣ୍ଡରେ ପ୍ରଶାସନ ଓ ସ୍ୱେଚ୍ଚାସେବୀ ସତ୍ୟ ରଞ୍ଜନ ପ୍ରଧାନ, ଦେବବତ୍ର ପ୍ରଧାନ, ରାକେଶ ରଞ୍ଜନ ପ୍ରଧାନ, ସନ୍ଦୀପ ପ୍ରଧାନ, ବବୁଲ କଦମସିଂ ପିପିକିଟ ପିନ୍ଦି ଶବଦାହ କରିଥିଲେ ।  ସୁଚନାଯୋଗ୍ୟ ଯେ ବାଉରୀ କରୋନା ପଜେଟିଭ ଚିହ୍ନଟ ହେବାପରେ ପୁରୀ କୋଭିଡ କେୟାର ସେଣ୍ଟରରେ ରହି ଚିକିତ୍ସା ହେଉଥିଲେ । କେତେକ କାରଣରୁ ସେଠାରେ ତାଙ୍କୁ ଭଲ ନ ଲାଗିବାରୁ ଅଣ୍ଡରଟେକିଙ୍ଗି ଦେଇ ପରିବାର ଲୋକମାନେ ବାଉରୀଙ୍କୁ ଘରକୁ ନେଇ ଆସିଥିଲେ । ଆଜି ତାଙ୍କର ମୃତ୍ୟୁ ହେବାପରେ ତାଙ୍କ ଶବ କେହି କରୋନା ଭୁତାଣୁ ଭୟରେ ଛୁଇଁନଥିଲେ ।  ଯାହା ଫଳରେକି ଶବ ଘରେ ପଡି ରହିଥିଲା । ଯାହାକୁ ନେଇ ଗ୍ରାମରେ ଚାପ ଉତ୍ତେଜନା ପ୍ରକାଶ ପାଇଥିଲା ।  ସେହିପରି ଶବ ଦାହକୁ ନେଇ ସେଠାରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା ।

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୪/୫/୨୦୨୧----୮,୪୦ , Sakhigopal News,24/5/2021

Blog Archive

Popular Posts