କୋଭିଡ୍ ସ୍ଥିତି ଓ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ : ମନ୍ତ୍ରୀ ବିକ୍ରମ ଆରୁଖ
ଭଞ୍ଜନଗର- ଗଂଜାମ ଜିଲ୍ଲାର କୋଭିଡ୍ ସ୍ଥିତି ସଂକ୍ରାନ୍ତରେ ଆଲୋଚନା କଲେ , ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଗଂଜାମ ଜିଲ୍ଲା ଭଂଜନଗର ଜଳସମ୍ପଦ ବିଭାଗ ର ଡାକବଙ୍ଗଳା ଠାରେ , ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ସହ କୋଭିଡ୍ ସ୍ଥିତି ଏବଂ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ମନ୍ତ୍ରୀ ଶ୍ରୀ ଆରୁଖ । ବର୍ତମାନ ପରିସ୍ଥିତି ରେ ସାଧାରଣ ଲୋକଙ୍କ ଆବଶ୍ୟକତା ଓ ରାଜ୍ୟ ସରକାରଙ୍କ ସମସ୍ତ ଜନହିତକର ଯୋଜନା କୁ ସଠିକ୍ ଭାବରେ କାର୍ଯ୍ୟକାରୀ କରାଯାଇ ଉନ୍ନୟନମୂଳକ କାର୍ଯ୍ୟ କୁ ତ୍ବରାନ୍ବିତ କରିବା ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଏହାସହ ଭଂଜନଗର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂକ୍ରାନ୍ତରେ ମଧ୍ୟ , ମନ୍ତ୍ରୀ ଶ୍ରୀ ଆରୁଖ ଆଲୋଚନା କରିଥିଲେ । ଏହି ଆଲୋଚନା ବୈଠକ ରେ ଭଂଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଏବଂ ବିଡ଼ିଓ ଅନୀଲ କୁମାର ସେଠୀ ଉପସ୍ଥିତ ଥିଲେ ।ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ, ୩୧/୫/୨୦୨୧ -----୧୧,୧୦ Sakhigopal News, 31/5/2021