Breaking News

ଅଳଗୁମ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୪୧ ଜଣ ଟୀକା ନେଲେ


 ସାକ୍ଷୀଗୋପାଳ------ ରାଜ୍ୟରେ ମହାମାରୀ ଦୁତୀୟ ଲହର କରୋନା  ସହର ଅପେକ୍ଷା ଗ୍ରାମଭିମୁଖୀ ହୋଇଛି । ପ୍ରତିଦିନ ଗ୍ରାମଞ୍ଚଳରେ କରୋନା ପଜେଟିଭିଙ୍କ ସଂଖ୍ୟା ବଡିବାରେ ଲାଗିଛି । ଏହାକୁ ଲକ୍ଷ୍ୟ କରି ସତ୍ୟବାଦୀ ପ୍ରଶାସନ ପକ୍ଷରୁ ୪ଟି ସ୍ଥାନରେ ଟୀକା କରଣ କରାଯାଇଛି । ଅଳଗୁମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ୧୫୦ ଜଣଙ୍କୁ ଟୀକା ଦେବା ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ୧୪୧ ଜଣଙ୍କୁ ଟୀକା ନେଇଛନ୍ତି । ଏହି ଟୀକା କରଣକୁ ଷ୍ଟାଫ ନର୍ସ ମିନତୀ ସେଠୀ ଓ କରୋନାର ସ୍ୱତନ୍ତ୍ର ଅଧିକାରୀଣି ସେନାଲୀ ବଳିୟାରସିଂ କାର୍ଯ୍ୟତୁଳାଇଥିବା ବେଳେ ତାଙ୍କୁ ସହଯୋଗ କରିଥିଲେ ଅଳଗୁମ ଗ୍ରାମ ପଞ୍ଚାୟତର ଅଧିକାରି ଚକ୍ରଧର ପାଇକରାୟ ଓ ଯୁଧିଷ୍ଠିର ବିଶ୍ୱାଳ ଓ ସ୍ୱେଚ୍ଛାସେବୀ ନରେନ୍ଦ୍ର ପୁର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ଉପସ୍ଥିତ ରହିଥିଲେ । ସତ୍ୟବାଦୀ ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ତତ୍ୱବଧାନରେ ଏହି ଟୀକା କେନ୍ଦ୍ର ଗୁଡିକ ପରିଚାଳନା କରାଯାଇଥିଲା ।  ଏଠାରେ ଶାନ୍ତି ଶ୍ୟଙ୍ଖଳା ରକ୍ଷା କରିବା ପାଇଁ ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଅମୂଲ୍ୟ କୁମାର ନାୟକ ହୋମାଗଡ ଉପସ୍ଥିତ ରହିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୫/୨୦୨୧---୮,୧୫

 Sakhigopal News, 22/5/2021

Blog Archive

Popular Posts