ଗାଁ ଗାଁରେ ଝାଡ, ଜ୍ୱର, ଥଣ୍ଡା, ଛିଙ୍କ ବ୍ୟାପିଲା; ତଥାପି ଲୋକମାନେ କୋଭିଡ ଆଇନ ମାନୁନାହାନ୍ତି
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଏବେ ଝାଡା, ଜ୍ୱର, ଥଣ୍ଡା, କାଶ, ଛିଙ୍କ ଲାଗି ରହିଛି । କିଛି କିଛି ଲୋକମାନେ ମେଡିକାଲରେ ଯାଇ ନିଜର କରୋନା ଷ୍ଟେଟ କରୁଥିବା ବେଳେ ଅନ୍ୟ ମାନେ ଘରେ ବସି ରହିଛନ୍ତି । ଯାହା ଫଳରେକି କରୋନା ସଂକ୍ରମଣ ବଡିବାରେ ଲାଗିଛି । ଅଶା, ଅଙ୍ଗନୱାଡି ର୍କମୀ ପ୍ରତିଦିନ ଗ୍ରାମରେ ବୁଲି ତଥ୍ୟ ସଂଗ୍ରହ କରୁଥିଲେ ମଧ୍ୟ ସେମାନଙ୍କୁ ପରିବାର ପକ୍ଷରୁ ରୋଗ ସମ୍ପର୍କରେ ତଥ୍ୟ ଲୁଚାଇ ରଖୁଛନ୍ତି । ସେମାନେ ଭାବୁଛନ୍ତି ଯେ ଷ୍ଟେଟ କରିବା ପରେ ଆମର ଯଦି କୋଭିଡ ପଜେଟିଭି ବାହାରିବ ତାହେଲେ ଆମକୁ ଛାଡିବେନି ଏ ଭୟରେ ମଧ୍ୟ କିଛି ଲୋକ ଷ୍ଟେଟ କରିବାକୁ ଭୟ କରୁଛନ୍ତି ଓ ତଥ୍ୟ ଲୁଚାଉଥିବା ଜଣାପଡିଛି । ଅନେକ ସ୍ଥାନରେ ଲକଡାଉନ ଓ ସଟଡାଉନ ହୋଇଥବାରୁ କାମ କିଛି ନଥିବାରୁ ଭୋଜି ଭାତ କରୁଥିବାର ଜଣାପଡିଛି । ସତ୍ୟବାଦୀ ପୋଲିସ ଯେତେ ଯାହା କଲେ ମଧ୍ୟ ଗ୍ରାମ ଗଣ୍ଡାରେ ବିବାହଘର ଭୋଜି ଭାତରେ ମସୁଗୁଲ ରହିଛନ୍ତି ଲୋକମାନେ । ଏକାଠି ଶହ ଶହ ଲୋକମାନେ ଜମା ହୋଇ ଭୋଜିଭାତ ଖାଇ କରୋନା ଦେବାନେବା ହେଉଛନ୍ତି । ଅନ୍ୟ ପକ୍ଷେ ସରକାର ଶୁକ୍ରବାର ରାତି ୯ ଟାରୁ ସୋମବାର ସକାଳ ୭ଟା ପର୍ଯ୍ୟନ୍ତ ସଟଡାଉନ ଜାରି କରିଥିଲେ ମଧ୍ୟ ସତ୍ୟବାଦୀରେ ବିଭିନ୍ନ ବ୍ୟବସାୟୀ ମାନେ ଆଗରେ ତାଲା ପକାଇ ପଛପଟେ ବେପାର କରୁଛନ୍ତି । ଯାହାକି ଏବେ କରୋନା ଗ୍ରାମଭିମୁଖୀ ବୋଲି ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୫/୨୦୨୧---୬,୫୦
Sakhigopal News, 29/5/2021