ତମାଖୁ ବର୍ଜନ ଦିବସ ପାଳିତ
ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ପାଣିଛତ୍ର ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କୋଭିଡ-୧୯ ଗାଇଡି ଲାଇନି ଅନୁଯାୟୀ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି । ଏଥିରେ ଡ. ସୌମିତ୍ରି ମହାନ୍ତି ଯୋଗଦେଇ ତମାକୁ ସେବନ ଦ୍ୱାରା ଲୋକମାନେ ମୃତ୍ୟୁ ମୁଖରେ ପଡୁଛନ୍ତି ବୋଲି କହିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ କର୍ମୀ ଯୁଧିଷ୍ଠିର ସେନାପତି, ଚିନ୍ମୟ ବରାଳ, ମଧୁଛନ୍ଦା ମହାପାତ୍ର, ଅତୁଲ୍ୟ ପୁଷ୍ଟିମ୍ସସ୍ମିତା ମିଶ୍ର, ଶାନ୍ତିମଣି ଭୋଇ ଓ ଯୋସ୍ମ୍ାରାଣୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା । ସେହିପରି ସୁକଳ, ମହୁରା, ସାରଙ୍ଗଯୋଡି, ଗବକୁଣ୍ଡ, ସାଣ୍ଢରା, ବଳରାମପୁରଗଡ ଉପସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୫/୨୦୨୧---୯,୫୫
Sakhigopal News, 31/5/2021