କରୋନା ଯୁଦ୍ଧରେ ହାରିଗଲେ ;କୋଭିଡ ଷ୍ଟାଫନର୍ସ
ଜଟଣୀ----- ଜଟଣୀ ବାଛରାପାଟଣା ଅଞ୍ଚଳର ଜ୍ୟୋତିସ୍ମିତା ଘଡେଇ(୨୨) ଦିର୍ଘ ୪ମାସ ହେବ ଷ୍ଟାଫନର୍ସଭାବେ ଭୂବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରନ୍ତି । ତେବେ ଗତ ମାସରେ ଜଟଣୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଅସ୍ଥାୟୀ କୋଭିଡ ଷ୍ଟାଫ ନର୍ସଭାବେ କାର୍ଯ୍ୟରେ ଯୋଗଦେଇଥିଲେ । ତେଣୁ କାର୍ଯ୍ୟରେ ଥିବା ବେଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ୨୨ ତାରିଖଠାରୁ ଚିକିତ୍ସାଧୀନ ରହିଥିବା ବେଳେ ଭୂବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଜି ମୃତ୍ୟୁ ବରଣ କରିଛନ୍ତି ବୋଲି ଜଟଣୀ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୁଚନା ମିଳିଛି । ଏନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପଟେ ଜଟଣୀ ଗ୍ରାମାଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ନିୟନ୍ତ୍ରାଣଧିନ ରହିଛି । ସେହିପରି ଜଟଣୀର ସହରାଞ୍ଚଳରେ ମଧ୍ୟ ସ୍ଥିତି ପୁର୍ବାପେକ୍ଷା ନିୟନ୍ତ୍ରଣାଧୀନ ରହିଛି ।
ଜଟଣୀରୁ ରଙ୍ଗନାଥ ବେହେରା, ୨୯/୫/୨୦୨୧---୮,୦୦
Sakhigopal News, 29/5/2021