ୟାସ୍” କୁ ଟକ୍କର ଦେବା ପାଇଁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ପ୍ରସ୍ତୁତି
ଜଟଣୀ --ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଚବିଶ ଘଣ୍ଟା କାମ କରିବା ପାଇଁ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଖୋଲିଛି । ସମସ୍ତ ବିଭାଗର ଶାଖା ଅଧିକାରୀମାନେ ସାମଗ୍ରୀ ଏବଂ ମାନବ ଶକ୍ତି ସହିତ ପ୍ରସ୍ତୁତ ଅଛନ୍ତି ।ରେଳ ଷ୍ଟେସନ ଉପରେ ବିଶେଷ ଧ୍ୟାନ ଦିଆଯାଉଛି ଯେଉଁଠାରେ ଘୂର୍ଣ୍ଣିଝଡ ୟାସ୍ ଗୁରୁତର ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଉଛି । ଘୂର୍ଣ୍ଣିଝଡ “ୟାସ୍” କୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ସମସ୍ତ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଛି । ଏହାର ସମସ୍ତ ବିଭାଗ ମାନବ ଶକ୍ତି ଏବଂ ଆସୁଥିବା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ସାମଗ୍ରୀ ସହିତ ପ୍ରସ୍ତୁତ ରହିଛନ୍ତି । ରେଳ ସମ୍ପତ୍ତିର କ୍ଷତି ହ୍ରାସ କରିବା ଏବଂ ଯାତ୍ରୀମାନଙ୍କ ପାଇଁ କୈ।ଣସି ପ୍ରକାର ଅସୁବିଧାକୁ ଏଡ଼ାଇବା ପାଇଁ ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରାଯାଇଛି । ଭଦ୍ରକ, ଯାଜପୁର-କେନ୍ଦୁଝର ରୋଡ ଓ ପାରାଦୀପ ପରି ରେଳ ଷ୍ଟେସନ ଏବଂ ନିକଟସ୍ଥ ଷ୍ଟେସନଗୁଡିକ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଏହାର ପ୍ରଭାବ ବେଶି ହେବାର ସମ୍ଭାବନା ଅଛି ।ଏହି ପରିପ୍ରେକ୍ଷୀରେ ଡିଭିଜନରୁ ନିର୍ଗତ କିମ୍ବା ଡିଭିଜନ୍ ଦେଇ ଯାଉଥିବା ସ୍ୱତନ୍ତ୍ର ଟ୍ରେନ୍ ବାତିଲ୍ ହୋଇଛି । ଏବଂ ବାତିଲ୍ ଏବଂ ଫେରସ୍ତ ସେବା ପାଇଁ ମୋବାଇଲରେ ସମୁହ ଭାବେ ଆଗୁଆ ଏସଏମଏସ ମାଧ୍ୟମରେ ସମସ୍ତ ଯାତ୍ରୀଙ୍କୁ ଜଣାଇ ଦିଆଯାଉଛି । ସମସ୍ତ ପାୱାର୍ କାର୍ ଏବଂ ଟାୱାର କାରଗୁଡିକରେ ଆବଶ୍ୟକ ଇନ୍ଧନ ଏବଂ ମାନବ ଶକ୍ତି ସହିତ ପ୍ରସ୍ତୁତ ରଖାଯାଇଛି । ଷ୍ଟେସନ ବିଲଡିଂ, ଷ୍ଟାଫ୍ କ୍ୱାର୍ଟର୍ସ ଏବଂ ଅନ୍ୟାନ୍ୟ ରେଳ ପ୍ରତିଷ୍ଠାନ ଗୁଡ଼ିକରେ ଅସ୍ଥାୟୀ ମରାମତି ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଟାରପୁଲିନ୍ ବ୍ୟବସ୍ଥା କରାଯାଇଛି । ମୈ।ସୁମୀ ଷ୍ଟକ୍ ଯଥା କ୍ୱାରିଡଷ୍ଟ, ସିଣ୍ଡର ଏବଂ ବୋଲ୍ଡର୍ ଦ୍ୱାରା ଗଛିତ ରେଳ ଡବା ଗୁଡିକ ପ୍ରଭାବିତ ଅଞ୍ଚଳକୁ ଯିବା ପାଇଁ ପ୍ରମୁଖ ସ୍ଥାନରେ ପ୍ରସ୍ତୁତ ରଖାଯାଇଛି । ସମସ୍ତ ପମ୍ପ ହାଉସକୁ ଜଳ ଯୋଗାଣ ପାଇଁ ସିଣ୍ଟାକ୍ସ ଟ୍ୟାଙ୍କ ସହିତ ପର୍ଯ୍ୟାପ୍ତ ଜଳ ସ°ରକ୍ଷଣ କରି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ବିଦ୍ୟୁତ ଯୋଗାଣରେ ବିଫଳତା ଦେଖାଗଲେ ନିୟନ୍ତ୍ରଣ କକ୍ଷ, ରେଳ ଷ୍ଟେସନ ଏବଂ ମୁଖ୍ୟ ପ୍ରତିଷ୍ଠାନଗୁଡିକ ପାଇଁ ବିକଳ୍ପ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରିବା ପାଇଁ ଜେନେରେଟର କୋଠରୀଗୁଡ଼ିକୁ ପର୍ଯ୍ୟାପ୍ତ ଇନ୍ଧନ ଯୋଗାଇ ଦିଆଯାଇଛି । ସମସ୍ତ ଯନ୍ତ୍ରପାତି ସହିତ ପର୍ଯ୍ୟାପ୍ତ ସଂଖ୍ୟକ ଗଛ କାଟିବା ମେସିନ୍ ମଧ୍ୟ ଟ୍ରାକ୍ ଏବଂ ରାସ୍ତା ସଫା କରିବା ପାଇଁ ପ୍ରସ୍ତୁତ ରଖାଯାଇଛି । ଆବଶ୍ୟକତା ଅନୁଯାୟୀ, ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନଗୁଡିକର କ୍ୟାଟରିଂ ଷ୍ଟଲ ଗୁଡିକରେ ପର୍ଯ୍ୟାପ୍ତ ଶୁଖିଲା ଖାଦ୍ୟ ଏବଂ ପାଣି ବୋତଲ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ୱାକି-ଟକି, ପାୱାର ବ୍ୟାକଅପ୍ ସହିତ ରେଳ ଫୋନ୍ ଭଳି ସମସ୍ତ ଯୋଗାଯୋଗ ଉପକରଣ ସଠିକ୍ କାର୍ଯ୍ୟ ଅବସ୍ଥାରେ ରଖାଯାଇଛି । ଆଠ ଚକିଆ ଯାନ ମଧ୍ୟ ସାମଗ୍ରୀ ଏବଂ ମାନବ ଶକ୍ତିର ପ୍ରେରଣ ପାଇଁ ପ୍ରସ୍ତୁତ ରଖାଯାଇଛି । ଘୂର୍ଣ୍ଣିଝଡ ସମୟରେ ଅଣ-କୋଭିଡ ରୋଗୀଙ୍କ ସହାୟତା ପାଇଁ ଡିଭିଜନାଲ ରେଳ ହସ୍ପିଟାଲ୍ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ୟୁନିଟ୍ ଗୁଡିକରେ ଶଯ୍ୟାର ବ୍ୟବସ୍ଥା କରାଯାଇଛି।
ମଣ୍ଡଳ ଅଫିସ୍ ବିଲ୍ଡିଂରେ ଏକ ଜରୁରୀକାଳୀନ ନିୟନ୍ତ୍ରଣ ଖୋଲାଯାଇଛି। ଯାହାକି ସମସ୍ତ ଗ୍ରାହକ ଏବଂ ରେଳ ବ୍ୟବହାରକାରୀଙ୍କ ସହାୟତା ପାଇଁ ଦିନରାତି କାର୍ଯ୍ୟ କରିବ । ଜାତୀୟ / ରାଜ୍ୟ ମେଟ୍ରୋଲୋଜିକାଲ ବିଭାଗ ସହିତ ଠିକ୍ ସମୟରେ ଘୂର୍ଣ୍ଣିଝଡ ୟାସ୍ ର ଗତିପଥ ସୂଚନା ପାଇଁ ସମନ୍ୱୟ ରଖାଯାଉଛି । ଖୋର୍ଦ୍ଧା ରୋଡ଼ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଶଶି କାନ୍ତ ସିଂହ ସମସ୍ତ ପ୍ରସ୍ତୁତି କାର୍ଯ୍ୟର ତଦାରଖ କରୁଛନ୍ତି । ଘୂର୍ଣ୍ଣିଝଡ ପରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଯୋଜନା ମଧ୍ୟ କରିଛନ୍ତି। ଘୂର୍ଣ୍ଣିଝଡ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ପାଇଁ ପ୍ରସ୍ତୁତ ହେବାକୁ ଏବଂ ଶୀଘ୍ର ପୁନରୁଦ୍ଧାର ପାଇଁ ଯଥାସମ୍ଭବ ସାହାଯ୍ୟ କରିବାକୁ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଅନୁରୋଧ କରିଛନ୍ତି।
ଜଟଣୀ --ରଙ୍ଗନାଥ ବେହେରା , ୨୫/୫/୨୦୨୧ ୧୨,୧୫
Sakhigopal News,25/52021