ଡେଲାଙ୍ଗରେ ସ୍ୱାଧୀନ ସେବା ସଂସ୍ଥାନ ପକ୍ଷରୁ ଅସହାୟ ମାନଙ୍କୁ ସହାୟତା
ଡେଲାଙ୍ଗ ----- ବାତ୍ୟା ୟସକୁ ଲକ୍ଷ୍ୟ ରଖି ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କଚା ଓ ଟିଣ, ଆଜବେଷ୍ଟସ ଓ ଖାଲୁଆ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳୀ ଓ ସ୍କୁଲ ଭଳି ସ୍ଥାନରେ ସୁରକ୍ଷିତ ରଖାଯାଇଥିଲା । ଡେଲାଙ୍ଗର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାଧିନ ସେବା ସଂସ୍ଥାନ ଚାରଟେବୁଲ ଟ୍ରଷ୍ଟ ପକ୍ଷରୁ କେତେକ ଅସହାୟ ମାନଙ୍କୁ ସହାୟତାର ଯୋଗାଇ ଦିଆଯାଇଛି । ଡେଲାଙ୍ଗ ବ୍ଲକର ଘନିପୁର ଓ ସାଉରିଆ ପଞ୍ଚାୟତର ବାତ୍ୟା ପ୍ରପିଡୀତା ଅସହାୟ ମାନଙ୍କୁ ସ୍ୱାଧୀନ ସେବା ସଂସ୍ଥାନ ପକ୍ଷରୁ ପଲିଥିନି,ପ୍ଲାଷ୍ଟିକ ଦଉଡି,ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏହି ବିପଦ ସମୟରେ ଲୋକଙ୍କ ପାଖରେ ପହଞ୍ଚିି ସହାୟତାର ହାତ ବଢେଇ ଥିବାରୁ ସ୍ୱାଧିନ ସେବା ଟ୍ରଷ୍ଟର ସଭାପତି ତଥା ଯୁବ ଆଇନିଜୀବୀ ଶଶି ଶେଖର ରାୟଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୭/୫/୨୦୨୧---୮,୧୦