Breaking News

ବରଗଡ ଜିଲ୍ଲା ଯୁବ ଛାତ୍ର କଂଗ୍ରେସ ତରଫରୁ ଦାବିପତ୍ର


 ବରଗଡ଼----ଓଡ଼ିଶା ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୁତିରଞ୍ଜନ ଲେଙ୍କା ଙ୍କ ନିର୍ଦେଶ କ୍ରମେ ବରଗଡ଼ ଜିଲ୍ଲା ଯୁବ ଛାତ୍ର କଂଗ୍ରେସ ତରଫରୁ କାର୍ଯ୍ୟକାରୀ ସଭାପତି ସୁଶାନ୍ତ ସାହୁ ଏବଂ ଜିଲ୍ଲା ଛାତ୍ର କଂଗ୍ରେସ ର ସଭାପତି ଗୌରଭ ପତି ଙ୍କ ନେତୃତ୍ୱ ରେ ଏକ  ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଦାବି ଗୁଡ଼ିକ ମଧ୍ୟରେ
ରାଜ୍ୟ ସରକାରଙ୍କ ମଦ ଉପରେ ଟିକସ ଫି ଛାଡ଼କୁ ବିରୋଧ । କରୋନା ମହାମାରୀ ରେ ସମସ୍ତ ପ୍ରକାର ଅସୁବିଧା ରେ ହନ୍ତସନ୍ତ ହେଉଥିବା ଅସହାୟଙ୍କ ସାହାଯ୍ୟ । ଆସୁଥିବା ବାତ୍ୟା ର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିବା ଦାବି ରହିଛି ।
ଏହି ତିନୋଟି ବିଷୟରେ ବରଗଡ଼ ଜିଲ୍ଲା୍ ଯୁବ ଛାତ୍ର କଂଗ୍ରେସ ନେତୃତ୍ବରେ ଏକ ପ୍ରତିନିଧିଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ କାର୍ଯ୍ୟକାରି ସଭାପତି ସୁଶାନ୍ତ ସାହୁ, ଜିଲ୍ଲା ଛାତ୍ର କଂଗ୍ରେସ ଜିଲ୍ଲା ସଭାପତି ଗୌରଭ ପତି, ଅଭିଷେକ ସେଠ,ଅମିତ ଆଚାର୍ଯ୍ୟ , ମୁନୁ ସିଙ୍ଗ, ସନ୍ତୋଷ ସାହୁ,ଦିବ୍ୟରଞ୍ଜନ ବାରିକ,ବାବୁଲୁ ଭୋଇ, ଲଳିତ ସୁନା, ଆର୍ଯ୍ୟନ ଦୀପ ଯୋଗଦାନ କରିଥିଲେ। ବରଗଡ଼ ଜିଲ୍ଲାରୁ ନବୀନ ଦାଶ ଙ୍କ ରିପୋର୍ଟ , ୨୪/୫/୨୦୨୧,୪,୫୦
 Sakhigopal News,24/5/2021

Blog Archive

Popular Posts