Breaking News

ସତ୍ୟବାଦୀ ରେ ୟାସର ପ୍ରଭାବ ଦେଖିବାକୁ ମିଳିଛ

 ସାକ୍ଷୀଗୋପାଳ------ୟାସର ପ୍ରଭାବ ସତ୍ୟବାଦୀରେ ଦେଖିବାକୁ ମିଳିଛି । ସକାଳୁ ରାତ୍ର ପର୍ଯ୍ୟନ୍ତ ବର୍ଷା ସାଙ୍ଗକୁ ପବନ ବୋହୁଛି । କେତେବେଳେ ବର୍ଷ ସମ୍ପୁର୍ଣ୍ଣ ଚାଡି ଯାଉଥିବା ବେଳେ ପବନର ଗତି ବଡିବାରେ ଲାଗୁଛି । ଅପରାହ୍ନ ୪ଟା ବେଳଠାରୁ କିଛି ସମୟ ପାଇଁ ବର୍ଷା ଛାଡିଥିଲେ ମଧ୍ୟ ପବନର ଗତି ବଡିବାରେ ଲାଗିଛି । ସେହିପରି ବିଦ୍ୟୁତ କଟି ଯାଇଛି । ଲୋକମାନେ ଟର୍ଚ୍ଚ ଲାଇଟି, ମୋବାଇଲି ଚାର୍ଯ୍ୟ କରିବା ସହ ପାନୀୟ ଜଳ ଘରେ ସାଇତି ରଖିଛନ୍ତି । ବ୍ଳକ ପ୍ରଶାସନ ପକ୍ଷରୁ କଚା ଘରେ ଥିବା କେତେକ ପରିବାର ଲୋକ ମାନଙ୍କୁ ବାତ୍ୟା ଆଶୟସ୍ଥଳୀ ବା ବିଦ୍ୟାଳୟକୁ ନିଆଯାଇଛି । ମହାମାରୀ କରୋନା ଯୋଗୁ ଲକଡାଉନ ଥିବାରୁ ଦେକାନ ବଜାର ବନ୍ଦ ରହିଛି । ରାସ୍ତା ଘାଟ ଶୁନ ଶାନ ହୋଇପଡିଛି । ମାତ୍ର କେତେକ ଅମାନିଆ ଗାଡି ମଟର ଧରି ବଜାରରେ ବୁଲୁଥିବାର ଦେଖାଯାଇଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୫/୨୦୨୧---୮.୦୦

Blog Archive

Popular Posts