ଜଟଣୀରେ ଟୀକାକେନ୍ଦ୍ର ବୃଦ୍ଧିପାଇଁ ଦାବି
ଜଟଣୀ-----ଖୋର୍ଦ୍ଧା ଜିଲାରେ ମାହାମାରୀ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଉଥିବା ବେଳେ ସରକାର ଲକଡାଉନ ଓ ସାପ୍ତାହନ୍ତ ସଟଡାଉନ ଆଡଭାଇଜରୀ ଜାରି କରିଛନ୍ତି । ଜଟଣୀର ଗ୍ରାମଞ୍ଚଳ ରେ କରୋନା ପଜେଟିଭିଙ୍କ ସଂଖ୍ୟା ମାତ୍ରାଧିକ ବୃଦ୍ଧିପାଇବାରେ ଲାଗିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଟୀକାକରଣ ବ୍ୟବସ୍ଥା ଆରମ୍ଭ ହୋଇଛି । ଜଟଣୀ ବଡନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ସମସ୍ତ ବର୍ଗ ଯଥା ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଲୋକମାନେ ଟୀକାକରଣ କରିଥାନ୍ତି । ଫଳରେ ଲୋକମାନଙ୍କୁ ଲମ୍ବାଧାଡିରେ ଦିର୍ଘ ସମୟ ଅପେକ୍ଷା କରିବାକୁ ପଡିଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଖୋର୍ଦ୍ଧାଜିଲାପାଳ, ଜିଲା ମୂଖ୍ୟଚିକିତ୍ସାଧୀକାରୀ ଓ ଜଟଣୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେ ଦାବିକରିଛନ୍ତି ଯେ, ଅଧିକ ଟୀକା ଏବଂ ଟୀକାକେନ୍ଦ୍ର ଯୁଦ୍ଧକାଳୀନ ଭିତିରେ ବୃଦ୍ଧି କରାଯାଉ । ଏଥି ସହିତ ୧୮ରୁ ୪୪ ବର୍ଷ ବୟସ୍କ ଲୋକମାନଙ୍କୁ ଟୀକାପ୍ରଦାନ କରିବାକୁ ବିଧାୟକ ଶ୍ରୀ ରାଉତରାୟ ଦାବି କରିଛନ୍ତି । ସେହିପରି ଜଟଣୀ ଅଂଚଳର କୁଦିଆରୀ,ଯାମୁକୋଳି ଓ ବେଣାପଞ୍ଚରୀଠାରେ ଏହି ଟୀକାକେନ୍ଦ୍ର ଖୋଲିବାକୁ ମଧ୍ୟ ଦାବି ଉପସ୍ଥାପିତ ହୋଇଛି । ସୋମବାର ମଧ୍ୟାହ୍ନରେ ଜଟଣୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡା. ଯିତେନ୍ଦ୍ର କୁମାର ପଣ୍ଡାଙ୍କୁ ବିଧାୟକଙ୍କ ରାଜନୈତିକ ସଚିବ କଳିଙ୍ଗ କୁମାର ସାହୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିରେ ପୁର୍ବତନ କାଉନସିଲର ଲୁସେନ ରାୟ, ଅନନ୍ତ ବେହେରାଚାଳନ୍ଦୀ ନାୟକ, ସଂକେତ ପାଟ୍ଟଶାଣୀ,ରାକେଶ ଦାଶ,ଯୟସୂର୍ଯ୍ୟ ପଟ୍ଟନାୟକ ଓ ଗଟେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ଜଟଣୀରୁ ରଙ୍ଗନାଥ ବେହେରା, ୩୧/୫/୨୦୨୧—୧୦,୧୫
Sakhigopal News, 31/5/2021