Breaking News

ଚାଷୀ ଙ୍କ ପାଇଁ କାଳ ସାଜିଛନ୍ତି,ସରକାରୀ କଳ


ବରଗଡ଼----ଓଡ଼ିଶା ର ଭାତହାଣ୍ଡି ରୂପେ ବେଶ ପରିଚିତ ଥିବା ବରଗଡ଼ ଜିଲ୍ଲାର  ଚାଷୀ ଙ୍କ ପାଇଁ ଏବେ କାଳ ସାଜିଛନ୍ତି ସରକାରୀ କଳ। ଏହା ଆମେ କହୁନୁ ଏହା କହୁଛନ୍ତି ବରଗଡ଼ ଜିଲ୍ଲାର ଚାଷୀ ।  ଚାଷୀ ଚାଷ ଆରମ୍ଭ ରୁ ମୁଣ୍ଡ ଝାଳ ତୁଣ୍ଡରେ ମାରି ସମସ୍ତ ବାଧାବିଘ୍ନ କୁ ଏଡାଇ ଦିନରାତି ଏକ କରି କେତେବେଳେ ଚାଷ ରେ ରୋଗ ପୋକ ର ଭୟ ତ ଆଉ କେତେ ଦୈବୀ ଦୁର୍ବିପାକ ର ଭୟ। ଅଞ୍ଚଳ ରେ କାଳବୈଶାଖୀ ର ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଅମଳ କରିଥିବା ସୁନାର ଫସଲ ନଷ୍ଟ ହୋଇ ଗଜା ହେଲାଣି। ଏବେ ପୁଣି କରୋନା ମହାମାରୀ ର ଭୟଙ୍କର ସ୍ଥିତିରେ ଶ୍ରମିକ ର ଅଭାବ। ଏଭଳି ଘଡି ସନ୍ଧି ମୁହୂର୍ତ୍ତ ରେ  ପୁଣି ଚାଷୀ ସରକାରୀ କଳର ଶିକାର ହେଉଥିବା ଦେଖିବାକୁ ମିଳିଛି ।  ବରଗଡ଼ ଜିଲ୍ଲା ଅତାବିରା ଆର୍ ଏମ୍ ସି ଅନ୍ତର୍ଗତ ଅତାବିରା ମାର୍କେଟ ୟାଡ଼ ଠାରେ। ନାମକୁ ମାତ୍ର ସରକାରୀ ଯୋଜନା ଯେଉଁଠି ଚାଷୀ ଅମଳ କରିଥିବା ଧାନ କିଣା ବିକା ପାଇଁ ସ୍ଥାନୀୟ ଅଧିକାରୀ ମାନଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଅଧିକାରୀ ମାନଙ୍କ ଅବହେଳା ତଥା ଚାଷୀ ଶୋଷଣ ନୀତି ପାଇଁ ଆଜି ଅତାବିରା ପେସ୍କ ରୁ ୬୯ଟି ଟୋକନ ଲେପ୍ସ ହୋଇଥିବା ଜଣାପଡିଛି ।ଧାନ ବିକ୍ରି ପାଇଁ ସରକାର ବାହାଦୂର ଟୋକନ ମାଧ୍ୟମ ରେ ୧୨ ଦିନ ରୁ ୧୫ଦିନ ଅବଧି ଧାର୍ଯ୍ୟ ରହିଥିବା ବେଳେ ଚାଷୀ ଧାନ ଆଣି ମାର୍କେଟ ରେ ପକାଇ ଏରାଇଭେଲ ନହେବା ଓ ଚାଷୀ ଙ୍କ ଧାନ ବିକ୍ରି ର ମେସେଜ ନଯାଇ ଟୋକନ ଲେପ୍ସ ହେବାକୁ ନେଇ ଚାଷୀ ଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି । ଯାହା ଏବେ କରୋନା ମହାମାରୀ ଠାରୁ ବଳି ପଡୁଛି ସରକାରୀ କଳ ବୋଲି ଚାଷୀ କହନ୍ତି। ଚାଷୀ ଏବେ ସରକାରୀ ବାବୁ ମାନଙ୍କର ଷଡ଼ଯନ୍ତ୍ରର ଶିକାର ହେଉଛି। ମିଲର୍ସ ଓ ସରକାରୀ ବାବୁ ମାନଙ୍କର ମଧୁ ଚନ୍ଦ୍ରିକା ଯୋଗୁଁ ଚାଷୀ ଶୋଷଣ ର ଶିକାର ହୋଇ ବେପାରୀ ହାତକୁ ସାଗ ମାଛ ଦରରେ କଷ୍ଟ ଉପାର୍ଜିତ ଫସଲ କୁ ଟେକି ଦେବାକୁ ବାଧ୍ୟ ହେଉଛନ୍ତି ବୋଲି ଚାଷୀ କହନ୍ତି।ଏନେଇ ଯୋଗାଣ ନିରୀକ୍ଷକଙ୍କ ଠୁ ଆରମ୍ଭ କରି ସିଇଓ,ଏଆର୍ ସି ଏସ୍ ଙ୍କୁ ଯୋଗାଯୋଗ କରିଥିଲେ ହେଁ କୌଣସି ସନ୍ତୋଷ ଜନକ ଉତ୍ତର ମିଳିପାରି ନଥିଲା। ତେବେ ଦେଖା ଯାଉ ଆଗାମୀ ଦିନ ରେ ଟୋକନ ସମସ୍ୟା ତଥା ପେସ୍କ ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ ହେଇଥିବା ଲେପ୍ସ ଟୋକନ ସମସ୍ୟା ର ସମାଧାନ ସହ ଆଗାମୀ ଦିନରେ ଟୋକନ ଯେଭଳି ଭାବରେ ଲେପ୍ସ ନହେବ ସେଥିପ୍ରତି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଚାଷୀ ମାନେ କହିଛନ୍ତି।ନଚେତ ବିରାଟ ଜନ ଆନ୍ଦୋଳନ ର ମୁଣ୍ଡ ଟେକିବ ବୋଲି ବରଗଡ଼ ଜିଲ୍ଲାର ଚାଷୀମାନେ ଚେତାବନୀ ଦେଇଛନ୍ତି।

ବରଗଡ଼ ରୁ ନବୀନ ଦାଶ ଙ୍କ ରିପୋର୍ଟ.. ୨୪/୫/୨୦୨୧---୪,୫୦ 
Sakhigopal News,24/5/2021

Blog Archive

Popular Posts