Breaking News

କୋଦଳା ପୋଲିସକୁ ପୁଣି ଏକ ସଫଳତା: ଗଞ୍ଜେଇ ବୋଝେଇ ଡାଲାଅଟୋ ଜବତ, ଡ୍ରାଇଭର ଗିରଫ


କୋଦଳା --- ଗଞ୍ଜେଇବୋଝେଇ ଟ୍ରାକ୍ଟର ଜବତ ହେବାର ଗୋଟିଏ ଦିନ ଯାଇନି ପୁଣି ଏକ ଗଞ୍ଜେଇ ବୋଝେଇ ଅଟୋ ଜବତ କରିବାରେ କୋଦଳା ପୋଲିସ ସଫଳ ହୋଇଛି । କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ସବଇନିସ୍ପେକ୍ଟର ଆରତୀ ପରିଡାଙ୍କ ନେତୃତ୍ୱ ରେ ଏଏସଆଇ ମହେଶ୍ୱରବେହେରାଙ୍କ ସମେତ କୋଦଳା ଥାନା ଓ ବେଗୁନିଆପଡା ଫାଣ୍ଡି ପୋଲିସ ସଟଡାଉନ ର ସ୍ଥିତି ପରଖିବା ପାଇଁ କୋଦଳା ଲୁହାଶଙ୍ଖ ଠାରେ ଡ୍ୟୁଟି କରୁଥିଲେ ।
ସେହି ସମୟରେ ପାଲଘୋଡେଇ ହୋଇଥିବା ଏକ ଡାଲାଅଟୋ (od07z4865)ଦ୍ରୁତ ଗତିରେ ଯିବାକୁ ନେଇ ପୋଲିସ ସନ୍ଦେହ ପ୍ରକାଶ କରିଥିଲେ । ଅଟୋ ଗାଡିର ପିଛାକରି ଭାଟପଡା ବାଲିପୋଇ ଛକ ନିକଟରେ ଗାଡିକୁ ଅଟକାଇଥିଲେ । ଗାଡି ତନଖି କରିଥିବା ବେଳେ ସେଥିରୁ ବିପୁଳ ପରିମାଣ ର ଗଞ୍ଜେଇ ଥିିଲା । ଉପଜିଲ୍ଲାପାଳଙ୍କ ନିର୍ଦେଶ ପାଇ ସଙ୍ଗେ ସଙ୍ଗେ କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ସେଠାରେ ପହଞ୍ଚିଥିଲେ । ତାଙ୍କ ଉପସ୍ଥିତିରେ  ଗଞ୍ଜେଇ ସମେତ ଗାଡିକୁ ଜବତ କରି ଡ୍ରାଇଭର କୁ ଗିରଫ କରିଛି ପୋଲିସ। ଗଞ୍ଜେଇ ର ଓଜନ ୨୪୦ କେଜି ବୋଲି ଏସଆଇ ଆରତୀ ପରିଡା ପ୍ରକାଶ କରିଛନ୍ତି।
ବ୍ରହ୍ମପୁର ରୁ ଅଶେଷ କୁମାର ପାତ୍ର ଙ୍କ ରିପୋର୍ଟ , ୨୫/୫/୨୦୨୧----୬,୦୦ 
Sakhigopal News,25/5/2021

Blog Archive

Popular Posts