Breaking News

>>
  • ସାକ୍ଷୀଗୋପିନାଥ ଦେବଙ୍କ ବାହାର ଚନ୍ଦନଯାତ୍ରା ଶେଷ; କାଲି ହେବ କିଚକ ବଧ
  • >>
  • ସତ୍ୟବାଦୀ ରେ ବିଜେପିର ମିଡିଆ ସେଲ ଦାୟିତ୍ବରେ ପ୍ରଭାତ ଓ ଅମର
  • >>
  • ସତ୍ୟବାଦୀ ରେ ଆର୍ଟ ଅଫ ଗିଭିଂ ପାଳିତ
  • >>
  • ଡେଲାଙ୍ଗ କୋଠବାଡ ପଞ୍ଚାୟତ କାର୍ଯ୍ୟାଳୟରେ କୃଷକଙ୍କ ସମସ୍ୟା ଦୂର ପାଇଁ ସମୀକ୍ଷା
  • >>
  • ଡେଲାଙ୍ଗ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିରର ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
  • >>
  • ଭଞ୍ଜନଗର ରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ
  • >>
  • ଭଂଜନଗର ରେ ଦ୍ବାଦଶ ତମ ଆର୍ଟ ଅଫ ଗିଭିଂ ଡେ ପାଳିତ
  • >>
  • ଗ୍ରାମ ରେ ଅଲୌକିକ ଘଟଣା ,ମାଟି ତଳେ ଶିବଲିଙ୍ଗ , ଉଦ୍ଧାର କଲେ ଗ୍ରାମବାସୀ
  • >>
  • ଭିର୍ନ୍ନକ୍ଷମ ସୁନିତାଙ୍କ ବିବାହରେ ସାହାର୍ଯ୍ୟର ହାତ ବଢ଼େଇଲା ବିପଦର ବନ୍ଧୁ ଓଡିଶା
  • >>
  • ମୁଖ୍ୟ ରାସ୍ତାରୁ ତାଡି ବିକୁଥିଲେ ମୋରମ |ଟ୍ରାକ୍ଟର ଓ ଜେସିବି ସହ ୨ ଥାନା ରେ ଅଟକ
  • >>
  • ଅତିରିକ୍ତ ତହସିଲଦାର ଓ ଦଲାଲ ଙ୍କ ମଧୁଚନ୍ଦ୍ରିକାରେ ବେଆଇନ ପଟ୍ଟା କରବାର ; ଜନ ଅସନ୍ତୋଷ ବୃଦ୍ଧି
  • >>
  • ସତ୍ଯବାଦୀରେ ତିନି ସେନାଙ୍କ ବୀରତ୍ୱକୁ ସମ୍ମାନ ଜଣାଇ ତ୍ରିରଙ୍ଗା ଶୋଭାଯାତ୍ରା
  • >>
  • ତିନି ସେନାର ବୀରତ୍ୱ ପରାକ୍ରମକୁ ସମ୍ମାନ ଜଣାଇ ତ୍ରିରଙ୍ଗା ଶୋଭାଯାତ୍ର
  • >>
  • ଜଟଣୀରେ ସେନା ବାହିନୀ ଉଦ୍ଦେଶ୍ୟରେ ତୀରଙ୍ଗା ଶୋଭାଯାତ୍ରା
  • >>
  • ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ଜନ୍ମ ଦିନରେ ରକ୍ତ ଦାନ ଶିବିର
  • ବାତ୍ୟାର ମୁକାବିଲା ପାଇଁ ଡେଲାଙ୍ଗ ବ୍ଳକ ପ୍ରଶାସନ ପକ୍ଷରୁ ପାକ୍ ପ୍ରସ୍ତୁତି ବୈଠକ


     ଡେଲାଙ୍ଗ -------ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡେଲାଙ୍ଗ ବ୍ଳକ ପରିସରରେ ଥିବା ବିଜୁ ପଟ୍ଟନାୟକ ସମ୍ମଳନୀ କକ୍ଷରେ ସମ୍ଭାବ ବାତ୍ୟା ମୁକାବିଲା ପାଇଁ ଡେଲାଙ୍ଗ ବ୍ଳକ ପ୍ରଶାସନର ପାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ବାତ୍ୟାର ସଠିକ ମୁକାବିଲା କରିବା ପାଇଁ ଡେଲାଙ୍ଗ ବ୍ଳକ ପ୍ରଶାସନ ସଜାଗ ରହିବା ପାଇଁ ତହସିଲଦାର ମହେନ୍ଦ୍ର ବଡାଇ ଉପସ୍ଥିତ ଥିବା ସମସ୍ତ ଅଧିକାରୀ ଓ ଜନପ୍ରତିନିଧି ମାନଙ୍କୁ କହିଥିଲେ । ତାଙ୍କ ତରଫରୁ  ସମସ୍ତ ଆରଆଇ ସକ୍ଳଲରେ ପଲିଥିନ ମହଜୁଦ ରଖାଯିବା ସହ ଶୁଖଲା ଖାଦ୍ୟ ରଖିବାର ବ୍ୟବସ୍ଥା କରାଯାଇଛି ବୋଲି ତହସିଲଦାର ଶ୍ରୀ ବଡେଇ କହିଛନ୍ତି ।  ବ୍ଳକ ବିଡିଓ ଦୀଲିପ କୁମାର ଷଡଙ୍ଗୀ ଏହି ବୈଠକକୁ ପରିଚାଳନା କରିଥିଲେ । ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ, ଏବିଡିଓ ପ୍ରଦୀପ୍ତ ନାୟକଙ୍କ ସହିତ ଯୋଗାଣ ବିଭାଗ, କୃଷିବିଭାଗ, ଜଳସୋଚନ, ସ୍ୱାସ୍ଥ୍ୟ, ଶିକ୍ଷା, ପଶୁ ପାଳନ, ବିଦ୍ୟୁତ, ଅଗ୍ନିଶମ ଆଦି ବିଭାଗର ଅଧିକାରୀ ମାନେ ଉପସ୍ଥିତି ରହିଥିଲେ । ଫନିର ଯେପରି ସଠିକ ମୁକାବିଲା କରାଯାଇଥିଲା ଏହି ବାତ୍ୟାର ମଧ୍ୟ ସଠିକ ମୁକାବିଲା କରାଯିବ ବୋଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ସାହୁ କହିଛନ୍ତି । ଜନସଚେତନତା ପାଇଁ ବ୍ଳକ ପ୍ରଶାସନ ପକ୍ଷରୁ ଡାକବାଜି ଦ୍ୱାରା ତଳ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ସଚେତନତା କରାଯିବ ବୋଲି ବିଡିଓ ଶ୍ରୀ ଷଡଙ୍ଗୀଙ୍କ ଠାରୁ ସୁଚନା ମିଳିଛି । ସେହିପରି ବ୍ଳକ ପରିସରରେ ୨୪ ଘଣ୍ଟିଆ କଣ୍ଟୋଲରୁମ ଖୋଲାଯିବ । ଆବଶ୍ୟକ ସ୍ଥଳରେ ଲୋକମାନଙ୍କୁ ବାତ୍ୟା ଆଶୟସ୍ଥଳ, ବିଦ୍ୟାଳୟ, କଲ୍ୟାଣମଣ୍ଡପ, ରାଜୀବଗାନ୍ଧୀ ଭବନ ଆଦି ସ୍ଥାନକୁ ଉଠାଯିବାର ବନ୍ଦୋବସ୍ଥ କରାଯିବ ବୋଲି ତହସିଲଦାର କହିଛନ୍ତି ।  ଅନ୍ୟ ପକ୍ଷେ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀରେ ପାନୀୟ ଜଳ, ଜେନେରେଟର ବ୍ୟବସ୍ଥା କରିବାକୁ ସରପଞ୍ଚ ମାନଙ୍କୁ କୁହାଯାଇଛି । 


    ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୨/୫/୨୦୨୧----୬,୪୫ Delang News, 
    Sakhigopal News, 22/5/2021

    Blog Archive

    Popular Posts