Breaking News

ଆଦର୍ଶ ଶିକ୍ଷକ ରାଧାମୋହନ ମିଶ୍ର ଙ୍କ ପରଲୋକ

 
ଭଞ୍ଜନଗର--- ପ୍ରତିଦିନ ଖବରକାଗଜ ପଢା ରୁ , ଆରମ୍ଭ ହେଉଥିଲା ତାଙ୍କର ସକାଳ । ଏମିତିକି ଚାକିରି ରୁ ଅବସର ପରେ , ଘରର ଏବଂ ନିଜର ଦୈନନ୍ଦିନ କାର୍ଯ୍ୟ କୁ ବାଦ୍ ଦେଲେ , ଦିନ ତମାମ ବିଭିନ୍ନ ଖବରକାଗଜ ପଢ଼ିବା ଏବଂ ତାହାର ତର୍ଜମା କରି ଦିନ ବିତାଉଥିଲେ । କୋୖଣସି ଦିନ  ଯଦି ଖବରକାଗଜ ଆସିନଥିବ ତାହେଲେ ପୁରୁଣା ଖବରକାଗଜ ଗୁଡିକୁ ପୁଣି ପଢୁଥିଲେ । ଏମିତି ଜଣେ ଖବରକାଗଜ ପାଠକ ତଥା ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ଘୁମୁସର ନୂଆଗାଁ ର ରାଧାମୋହନ ମିଶ୍ର । ୮୪ ବର୍ଷ ବୟସରେ ଗୁରୁବାର ଦିନ ପରଲୋକ ହୋଇଯାଇଛି । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିବାରୁ  ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଭୁବନେଶ୍ୱର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଶେଷସମୟରେ ତାଙ୍କର ପୁଅ ଓ ସଂପର୍କୀୟ ମାନେ ଉପସ୍ଥିତ ଥିଲେ । ନୂଆଗାଁ ଠାରେ ହାଇସ୍କୁଲ ପ୍ରତିଷ୍ଠା କରିବାରେ ସ୍ବର୍ଗତ ମିଶ୍ର ଙ୍କ ଅବଦାନ ଅତୁଳନୀୟ । ଏହାସହ ଜଣେ ଆଦର୍ଶ ଶିକ୍ଷକ ଭାବେ ସେ ବେଶ୍ ପରିଚିତ । ତାଙ୍କ ୪ ପୁଅଙ୍କ ମଧ୍ୟରୁ ସୁନୀରକାନ୍ତ ମିଶ୍ର , ଜଗନ୍ନାଥପ୍ରସାଦ ମହାବିଦ୍ୟାଳୟ ରେ ଇଂରାଜୀ ବିଭାଗ ମୁଖ୍ୟ ଭାବେ କାର୍ଯ୍ୟରତ । ସ୍ବର୍ଗତ ମିଶ୍ର ଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ , ଶିକ୍ଷାବିତ , ଏବଂ ପ୍ରାକ୍ତନ ଛାତ୍ର ଛାତ୍ରୀ ମାନେ ଶୋକ ପ୍ରକାଶ କରିଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ, ୨୮/୫/୨୦୨୧----୯,୪୫     
Sakhigopal News,28/5/2021

Blog Archive

Popular Posts