Breaking News

ଭେଡେନ ରେ ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସରେ କରୋନା ସଚେତନତା



ଭେଡେନ-----ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜିବ ଗାନ୍ଧୀ ଙ୍କ ୩୦ ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ରାଜ୍ୟ ରେ ମହାମାରୀ କରୋନା ତାର କାୟା ବିସ୍ତାର କରିଚାଲିଛି । କମିବାର ନାଁ ଗନ୍ଧ କରୁନାହିଁ । ଜନସାଧାରଣ ଙ୍କୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସାମାଜିକ ଦୂରତା, ମାକ୍ସ ପରିଧାନ, ବାରମ୍ବାର ସାବୁନ ଦ୍ଵାରା ହାତ ଧୋଇବା ଆବଶ୍ୟକ ବୋଲି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଭେଡେନ ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ପଣ୍ଡା ଙ୍କ ନେତୃତ୍ବରେ ଭେଡେନ ର ବ୍ଲକ ଅଫିସ, ତହସିଲ, ଥାନା, ବ୍ଯାଙ୍କ, ବଜାର ଓ ରାସ୍ତା ଉପରେ ଯାଉ ଥିବା ଜନସାଧାରଣ ଙ୍କୁ ବୁଝାଇବା ସହ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ମାକ୍ସ ଓ ସାନଟାଇଜର ବଣ୍ଟନ କରାଯାଇଥିଲା। ଏଥିରେ ବରିଷ୍ଠ କଂଗ୍ରେସ ନେତା ଦଶରଥ ମେହେର, ସ୍ଵାଧୀନ ରଥ, ପଞ୍ଚୁବନ କର୍ମି, ମାଧବ ସାହୁ ଓ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ। ରମେଶ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଦେଇଥିଲେ।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ , ୨୧/୫/୨୦୨୧----୯,୩୦
Sakhigopal News,21/5/2021

Blog Archive

Popular Posts