ସତ୍ୟବାଦୀ ଥାନା ଓ ଡାକ୍ତରଖାନା ବିଶୋଧନ କରାଗଲା
ସାକ୍ଷୀଗୋପାଳ ---- ରାଜ୍ୟରେ ମହାମାରୀ ଦୁତୀୟ ଲହର କରୋନା କାୟା ବିସ୍ତାର କରି ଚାଲିଛି । ରାଜ୍ୟରେ ଲକଡାଉନ ଓ ସଟଡାଉନ ଜାରି କରାଯାଇଛି । ତଥାପି ଲୋକମାନେ ବିଭିନ୍ନ କାମରେ ଥାନା କୁ ଆସୁଛନ୍ତି । ଅନ୍ୟ ପକ୍ଷେ ସତ୍ୟବାଦୀ ପୋଲିସ କର୍ମଚାରୀ ନିଜ ଜୀବନକୁ ବାଜି ଲାଗାଇ କରୋନା ଯୋଦ୍ଧାଭାବେ କାର୍ଯ୍ୟ କରୁଛନ୍ତି । ଏହାକୁ ଲକ୍ଷ୍ୟ କରି ଭାରତୀୟ ଆଜାଦମଞ୍ଚ ପକ୍ଷରୁ ସତ୍ୟବାଦୀ ଥାନା ଓ ସ୍ୱାସ୍ଥ୍ୟ କେନ୍ଦ୍ର ବିଶୋଧନ କରାଯାଇଛି । ଅନୁଷ୍ଠାନର ରାଜ୍ୟ ସଚ୍ଚିବ ରାଜ କିଶୋର ବେହେରାଙ୍କ ତତ୍ୱବଧାନରେ ବିଶୋଧନ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ପିପିଲି ବ୍ଳକର ଅନୁଷ୍ଠାନର ସମ୍ପାଦକବିପିନି ବେହେରା, ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ବିଦ୍ୟାଧର ବେହେରା, ସମ୍ପାଦକବିନୟ ପ୍ରଧାନ, ଉପାଧ୍ୟକ୍ଷ ଦେବ ବେହେରା, ଛାତ୍ର ମୋର୍ଚ୍ଚା ଅଧ୍ୟକ୍ଷ ସୁମିତ୍ରା ଦଳେଇ, ମହିଳା ମୋର୍ଚ୍ଚା ସମ୍ପାଦକ ସୁମା ବେହେରା, ମହିଳା ମୋର୍ଚ୍ଚା ଉପାଧ୍ୟକ୍ଷ ରଶ୍ମୀ ଭଟ୍ଟ ଓ ମହିଳା ମୋର୍ଚ୍ଚା ର ସାଧାରଣ ସମ୍ପାଦକ ଚିନ୍ମଇ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । ଥାନା ପରିସର ଓ ଅଫିସରଙ୍କ କ୍ୱାଟରସ, ହାଜତ, ଗେଷ୍ଟରୁମ, ବ୍ୟାରିକସେଡ ସହିତ ଦୁଇଟି ଯାକ ଗାଡି ବିଶୋଧନ କରାଯାଇଥିଲା । ପ୍ରତିଦିନ ଶହ ଶହ ଲୋକ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବାରୁ ବିଶୋଧନ କରାଯାଇଥିଲା । ସେହିପରି ଅନୁଷ୍ଠାନ ପକ୍ଷରୁ ମଧ୍ୟ ଡେଲାଙ୍ଗ ଥାନାକୁ ବିଶୋଧନ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୫/୨୦୨୧----୯,୪୫