ଭଞ୍ଜନଗର---- ଭଞ୍ଜନଗର ବ୍ଳକ ଅନ୍ତର୍ଗତ ତୁରୁମ ଗ୍ରାମ ପଞ୍ଚାୟତର କାଠଚିରା ଗ୍ରାମରେ ୮ଟି ପରିବାରରେ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି । ଭଞ୍ଜନଗର କଂଗ୍ରେସ କମିଟି ପକ୍ଷରୁ ଯୁବନେତା ପ୍ରଶାନ୍ତ କୁମାର ବିଶୋଇଙ୍କ ତତ୍ୱବଧାନରେ ଜବାହାରଲାଲ ସାହୁ, ମଣ୍ଟୁ ପ୍ରଧାନ, ଦୁର୍ଗା ଚରଣ ତ୍ରିପାଠୀ, ବିନାୟକ, ବାଲ୍ୟ ବେହେରା, ସୌମ୍ୟରଞ୍ଜନ ଚନ୍ଦନ, କାହ୍ନୁ, ରୋମୀୟ ଲବ ଓ ଦେବ ପ୍ରଭୃତିଙ୍କ ଉପସ୍ଥିତିରେ ଅଗ୍ନିବିପନ୍ନ ପରିବାରଙ୍କୁ ଶୁଖିଲାଖାଦ୍ୟ ପ୍ରଦାନ କରାଯାଇଥିଲା । ସେମାନଙ୍କ ସୁବିଧା ଅସୁବିଧା ସମ୍ପକରେ ଶ୍ରୀ ବିଶୋଇ ପଚାରିବୁଝିଥିଲେ । ବହୁ ଶିଘ୍ର ସେମାନଙ୍କୁ ସହଯୋଗ କରାଯିବ ।
ଭଞ୍ଜନଗରରୁ ରବୀନ୍ଦ୍ର ପ୍ରଧାନ, ୩୦/୫/୨୦୨୧--- ୮,୫୫
Sakhigopal News, 30/5/2021