Breaking News

ଏଣିକି ଘର ପାଖରେ ମିଳିବ ରାଜସ୍ୱ କାଗଜପତ୍ର ; ଡେଲାଙ୍ଗରେ ଗଡିଲା ରାଜସ୍ୱ ରଥ


 

ଡେଲାଙ୍ଗ--- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକରେ ଗଡିଛି ରାଜସ୍ୱ ରଥ । ସରକାର କୋଭିଡ ସମୟରେ ତହସିଲ ଓ ବ୍ଳକରେ ସବୁଠାରୁ ଅଧିକ ଲୋକଙ୍କର ସମାଗମ ହେଉଛି । ଏହକୁ ନଜର କରି ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ଡେଲାଙ୍ଗ ତହସିଲ ପକ୍ଷରୁ ରାଜସ୍ୱ ରଥକୁ ଅତିରକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ନାଥଶର୍ମା ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଡେଲାଙ୍ଗ ତହସିଲଦାର ମହେନ୍ଦ୍ର କୁମାର  ବଢ଼େଇ, ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ, ଥାନା ଆଇଆଇସି ରଶ୍‌ି ରଞ୍ଜନ ପଟ୍ଟନାୟକଙ୍କ ସହିତ ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ ଓ ଜନପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ । ବିଶେଷ କରି ଯେଉଁମାନେ  ଅନଲାଇନିରେ  ପଟ୍ଟା, ଜାତିଗତ ପ୍ରମାଣପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ଆୟ ପ୍ରମାଣପତ୍ର ଆଦି ପାଇଁ ଆବେଦନ କରିଥିବେ ସେମାନଙ୍କ ଘର ପାଖରେ ଏହି ରାଜସ୍ୱ ରଥ ମାଧ୍ୟମରେ  ସମସ୍ତ ପ୍ରମାଣ ପତ୍ର ପ୍ରଦାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଥଶର୍ମା ପ୍ରକାଶ କରିଛନ୍ତି । ଡେଲାଙ୍ଗ ବ୍ଳକରେ ସୋମବାର ଓ ଶୁକ୍ରବାର ଦିନ ଏହି ରଥ ବୁଲିବ । ଆଜି ପ୍ରଥମ ଦିନରେ ୩୦ ଜଣଙ୍କୁ ପଟ୍ଟା ଓ ୧୫ ଜଣଙ୍କୁ ବିଭିନ୍ନ ପ୍ରମାଣପତ୍ର ଯୋଗାଇ ଦିଆଯାଇଥିବା ସମ୍ପର୍କରେ ତହସିଲଦାର ଶ୍ରୀ ବଡେଇ କହିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩୧/୫/୨୦୨୧--- ୭,୫୫

akhigopal News, 31/5/2021

Blog Archive

Popular Posts