ବିଦେଶୀ ମଦ ଜବତ; ଜଣେ ଗିରଫ
ସାକ୍ଷୀଗୋପାଳ------ସତ୍ୟବାଦୀ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ମଠସାହି ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁ ୨୪ଟି ବିୟର ଓ ୨୪ଟି ବିଦେଶୀ ମଦ ବିକ୍ରୟ କରିବା ପାଇଁ ନେଇକି ଯାଉଥିବା ସମୟରେ ସାକ୍ଷୀଗୋପାଳ ଷ୍ଟେଟ ବ୍ୟାଙ୍କ ନିକଟରେସତ୍ୟବାଦୀ ପୋଲିସ ହାତରେ ଧରାପଡିଛନ୍ତି । ତାଙ୍କ ନାମରେ ସତ୍ୟବାଦୀ ଥାନାରେ ୨୨୫/୨୧ରେ ଏକ କେସରୁଜ କରାଯାଇ ଶ୍ରୀ ସାହୁଙ୍କୁ ଗିରଫ କରାଯାଇଥିବା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୫/୨୦୨୧---୭,୦୦