ପକ୍ଷୀ, ଝିଟିପିଟି ଆଦି ସରୀସୃପ ମାନଙ୍କୁ ପାଣି ଦେଇ ଏବେ ଚର୍ଚ୍ଚାରେ ଯୁବକ
ଭେଡେନ ------ ରାଜ୍ୟ ରେ ମହାମାରୀ କରୋନା ତାର କାୟା ବିସ୍ତାର କରିଚାଲିଛି । ସରକାର ଲକଡାଉନ ଓ ସଟଡାଉନ ଜାରି କରିଛନ୍ତି। ଅନ୍ୟ ପକ୍ଷେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣି ଟୋପାଏ ପାଇଁ ମଣିଷ ଠାରୁ ପଶୁ ପକ୍ଷୀ ସମସ୍ତେ ଡହଳ ବିକଳ । ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ଗ୍ରାମପଞ୍ଚାୟତର ଯୁଵାଖୋଲ ଗ୍ରାମର ଦୁଇ ଯୁବକ ଆଶିଷ ଜ୍ୟୋତିଷ , ରୂପା ସାହୁ ନିଆରା ପକ୍ଷୀ , ଝିଟିପିଟି ଓ ପିମ୍ପୁଡ଼ି ମାନଙ୍କ ପାଇଁ ଭିନ୍ନ ଉଦ୍ୟମ କରିଛନ୍ତି । ଦୁଇ ଯୁବକ ସେଇ କଥା ଭାଵି ଅନେକ ସ୍ଥାନରେ ଗଛ ମାନଙ୍କରେ ପାତ୍ର ମାନ ,ବୋତଲ , ପାତଲି, ଛୋଟ ମାଠିଆ ପାଣି ଭର୍ତ୍ତିକରି ବାନ୍ଧିଛନ୍ତି। ଏଇ କାମ ଗାଁରେ ଅନେକ ଲୋକ ଦେଖି ଦୁଇ ଯୁବକ କୁ ବେଶ ପ୍ରଶଂସା କରିଛନ୍ତି। ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ, ୩୧/୫/୨୦୨୧----୪,୫୫ Sakhigopal News , 31/5/2021