Breaking News

ଅଭୟମୁଖୀ ସରପଞ୍ଚ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ


ଡେଲାଙ୍ଗ-----ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକର ଅଭୟମୁଖୀ  ଗ୍ରାମ ପଞ୍ଚାୟତ ର ସରପଞ୍ଚ ପ୍ରସନ୍ନ କୁମାର ପରିଡା ତାଙ୍କୁ ଦିଆଯାଇଥିବା ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିଛନ୍ତି । ଏହି ଅବସରରେ ୨୯/୫/୨୦୨୧ ରିଖ ଶନିବାର ଠାରୁ ୪/୬/୨୦୨୧ ତାରିଖ ପର୍ଯ୍ୟନ୍ତ ଇନ୍ଦିପୁର ବଜାରକୁ ସଟଡାଉନ ଘୋଷଣା କରିଛନ୍ତି । ଆଜି ଡେଙ୍ଗୁରା ବାଡେଇ ଏଇ ଘୋଷଣାନାମା ଜାରି କରିବା ସହ ଡେଲାଙ୍ଗ ତହସିଲଦାର ଓ ବିଡିଓଙ୍କୁ ଜଣାଇବା ସହ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ବଜାରରେ ଜଣେ ବ୍ୟବସାୟୀ କରୋନା ପଜେଟିଭି ଚିହ୍ନଟ ହେବା ପରେ ଏଭଳି ଚରମ ପଦକ୍ଷେପ ନେବାକୁ ପଡିଲା ବୋଲି ସ୍ଥାନୀୟ ସରପଞ୍ଚ ପ୍ରସନ୍ନ କୁମାର ପରିଡା କହିଛନ୍ତି । ଉକ୍ତ ବଜାରରେ ଥିବା ଷ୍ଟେଟବ୍ୟାଙ୍କ ଶାଖା ମଧ୍ୟ ବନ୍ଦ ରହିବ ବୋଲି ଶାଖା ପରିଚାଳକ ଙ୍କ ଠାରୁ ସୁଚନା ମିଳିଛି ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୮/୫/୨୦୨୧---୬,୧୦

Sakhigopal News, 28/5/2021

Blog Archive

Popular Posts