ଅବସର କାଳୀନ ସମ୍ବର୍ଦ୍ଧନା ସଭା
ସାକ୍ଷୀଗୋପାଳ ------ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ କେତକୀପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ନିର୍ମଳ ଚନ୍ଦ୍ର ଦାଶ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ମିଶ୍ର ସଭାପତିତ୍ୱ କରିଥିଲେ । ଅବସର କର୍ମଚାରୀଙ୍କୁ ପୁଷ୍ପଗୁଚ୍ଛ, ଇତ୍ତରୀୟ ପ୍ରଦାନ କରାଯାଇ ସମ୍ବନ୍ଧିତ କରାଯାଇଥିଲା । ଶିକ୍ଷକ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ଉମାକାନ୍ତ ନାୟକ, ବିଶ୍ୱଜିତି ପ୍ରଧାନ, କମଲ ନାୟକ ଓ ଶଶୀ ଭୁଷଣ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୫/୨୦୨୧---୯,୫୫ Sakhigopal News, 31/5/2021