Breaking News

ଶବ ନେବାକୁ ନେଇ ଆମ୍ବୁଲାନ୍ସ ଡ୍ରାଇଭର ଓ ଅଟୋ ଡ୍ରାଇଭର ମଧ୍ୟରେ ଝଗଡ଼ା



ଜଟଣୀ ---ଖୋର୍ଦ୍ଧା ଜିଲ୍ଲା ସୁନଖଳା ଅନ୍ତର୍ଗତ ବାୟାପଲ୍ଲୀ ଗ୍ରାମର ପାଣୁ ସେଠୀଙ୍କର ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ପାଣୁ ସେଠୀଙ୍କ ପରିବାର ଆର୍ଥିକ ଅନଗ୍ରସର ହୋଇଥିବାରୁ ମହାପ୍ରୟାଣ ଗାଡ଼ିରେ ନେବାକୁ ଚେଷ୍ଟା କରିଥିଲେ । ମାତ୍ର ଗାଡ଼ି ଉପଲବ୍ଧ ନ ହେବାରୁ ମୃତକ ପାଣୁଙ୍କ ପରିବାର ଲୋକ ଏକ ଅଟୋ ଭଡ଼ାକରି ନେଉଥିବା ବେଳେ ଚିକିତ୍ସାଳୟ ପରିସରରେ ଥିବା *OD33 D 0410* ନମ୍ବର ବିଶିଷ୍ଟ ଏକ ପ୍ରାଇଭେଟ ଆମ୍ବୁଲାନ୍ସ ର ଡ୍ରାଇଭର  ଶବ ନେଉଥିବା ଅଟୋ ଗାଡ଼ିକୁ ଛାଡିନଥିଲା । ଏପରିକି ଅଟୋ ଆଗରେ ଆମ୍ବୁଲାନ୍ସ ରଖି ବାଟ ରୋକିବା ସହିତ ଏଠାରୁ ଅନ୍ୟ ଗାଡ଼ିରେ ଶବ ନେଇ ପାରିବ ନାହିଁ ଯଦି ନେବ କେବଳ ମେଡ଼ିକାଲ ପରିସର ରେ ଥିବା ଆମ୍ବୁଲାନ୍ସ ରେ ନେବାକୁ ପଡ଼ିବ ବୋଲି ବାଧ୍ୟ କରିଥିଲେ । ଏବଂ  ଆସିଥିବା ଅଟୋ ଡ୍ରାଇଭରକୁ ମାଡ଼ ମାରିବାକୁ ଉଦ୍ୟତ ହୋଇଥିଲା ବୋଲି ଶବ ନେଉଥିବା ଅଟୋ ଡ୍ରାଇଭର ଅଭିଯୋଗ କରିଛନ୍ତି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ସରକାରୀ ଆମ୍ବୁଲାନ୍ସ ଥିବା ସତ୍ତ୍ୱେ ମେଡ଼ିକାଲ ପରିସର ମଧ୍ୟରୁ କଣ ପାଇଁ ପ୍ରାଇଭେଟ ଆମ୍ବୁଲାନ୍ସ ଗୁଡିକୁ ଅପସାରଣ କରାଯାଉ ନାହିଁ, ତାହା ବିଭାଗୀୟ ଅଧିକାରୀ ଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଜଟଣୀ ରୁ ରଙ୍ଗନାଥ ବେହେରା ଙ୍କ ରିପୋର୍ଟ,୨୯/୫/୨୦୨୧----୫,୦୦, Sakhigopal News,29/5/2021

Blog Archive

Popular Posts